ମୋବାଇଲ ବ୍ୟବହାରକୁ ନେଇ ବିବାଦଶିକ୍ଷୟତ୍ରୀକୁ ପିଟିଲେ ପ୍ରଧାନ ଶିକ୍ଷକ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଶଟିକିରି ୟୁଜିୟୁପି ସ୍କୁଲରେ ମୋବାଇଲ ବ୍ୟବହାରକୁ ନେଇ ଆଜି ବିବାଦ ଉଗ୍ରରୁପ ଧାରଣ କରିଛି । ଜଣେ ଶିକ୍ଷୟତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ମାଡ ମାରିଥିବା ନେଇ ଅଭିଯୌାଗ ହେବାପରେ ବିିଇଓ, ବିଆରସିସିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ପ୍ରଧାନ ଶିକ୍ଷକ ବେଣୁଧର ସାହୁ ଗତ ଶନିବାର ଦିନ କିଛି ଗ୍ରାମବାସୀଙ୍କ ଠାରୁ ବିଦ୍ୟାଳୟର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଶ୍ରେଣୀଗୃହରେ ଭିଡିଓ କଲିଙ୍ଗ ଜରିଆରେ କଥା ହେଉଛନ୍ତି ବୋଲି ଶୁଣି ଗତକାଲି ସଂପୃକ୍ତ ଶିକ୍ଷକଙ୍କୁ ଟେଲିଫୋନରେ ପଚାରିଥିଲେ । ଆଜି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିବାପରେ ଷ୍ଟାଫ ମିଟିଙ୍ଗ ଡକାଇଥିଲେ । କେହି କ୍ଲାସରୁମକୁ ମୋବାଇଲ ନେବନାହିଁ ବୋଲି ପ୍ରଧାନ ଶିକ୍ଷକ କହିଥିଲେ । କିନ୍ତୁ ଅଯଥାରେ ଆପଣ କଣପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଚରିତ୍ର ସଂହାର କରି ଗାଁ ଲୋକଙ୍କୁ କହୁଛନ୍ତି ବୋଲି ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଚାରିଥିଲେ । ପ୍ରଧାନ ଶିକ୍ଷକ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ପଳାଉଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଅଟକାଇ ଏହାର ସମାଧାନ କରନ୍ତୁ ବୋଲି କହିବାରୁ ପ୍ରଧାନ ଶିକ୍ଷକ ଜଣକ ରାଗିଯାଇ ଶିକ୍ଷୟତ୍ରୀ ରଶ୍ମିତା ମହାରଣାଙ୍କୁ ଏକ ଶକ୍ତ ଚାପୁଡା ପକାଇଥିଲେ । ଶିକ୍ଷୟତ୍ରୀ ଜଣକ ରାଜିଯାଇ ଚପଲରେ ପ୍ରଧାନ ଶିକ୍ଷକଙ୍କୁ ବାଡେଇଥିଲେ । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏପରି ବାଡିଆପିଟା ହେବା ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖବରପାଇ ବିଇଓ କ୍ଷୀରୋଦ ତ୍ରିପାଠୀ, ବି.ଆର.ସି.ସି ବିନୋଦ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ପକ୍ଷଙ୍କ ଠାରୁ ସେମାନଙ୍କ ଅଭିଯୋଗ ଶୁଣିବା ସହ ସାକ୍ଷ ପ୍ର୍ରମାଣ ସଂଗ୍ରହ କରିଥିଲେ । ଶିକ୍ଷୟତ୍ରୀଙ୍କ ଗାଲରେ ମାଡ ମାରିବାର ଆଙ୍ଗୁଳିଚିହ୍ନ ଥିବା ବି.ଇ.ଓ ଏବଂ ବି.ଆର.ସି.ସି ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି । ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯାଇଛି ଓ ଆସନ୍ତାକାଲି ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବେଣୁଧର ସାହୁଙ୍କୁ ପଚାରିବାରେ ସେ ମାଡ ମରାଯିବା ଘଟଣାକୁ ଅସ୍ୱୀକାର କରିଛନ୍ତି । ତାଙ୍କ କହିବାନୁଯାଇ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀ କ୍ଲାସ ରୁମରେ ଭିଡିଓ କଲିଙ୍ଗ କରି ପରଷ୍ପର ମଧ୍ୟରେ କଥା ହେଉଥିବା ଛାତ୍ରଛତ୍ରେୀ ମାନେ ଜାଣିବାପରେ ଗାଁ ଲୋକଙ୍କୁ କହିଥିଲେ । ଗାଁ ଲୋକଙ୍କ ଠାରୁ ଶୁଣିବାପରେ କ୍ଲାସ ରୁମକୁ ମୋବାଇଲ ନେବାକୁ ବାରଣ କରିଥିଲି । ଆଜି ସେମାନେ ସଂଘବଦ୍ଧ ହୋଇ ମୋତେ ଅଫିସରୁ ବାହାରକୁ ବାହାର କରିଦେଲେ ନାହିଁ । ତେଣୁ ମୁଁ ହାତ ଛାଟିଦେଇ ପଳାଇ ଆସିବାବେଳେ ହାତଟି ଶିକ୍ଷୟତ୍ରୀଙ୍କ ଦେହରେ ବାଜିଥିଲା ବୋଲି କହିଛନ୍ତି । ମୁଁ ଜାଣିଶୁଣି ତାଙ୍କୁ ମାରି ନାହିଁ ବୋଲି ସେ ସଫେଇ ଦେଇଛନ୍ତି । କିନ୍ତୁ ଯାହାବି ହେଉ ଏକ ସ୍କୁଲ ପରିସର ଭିତରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯଦି ଏପରି ହାତାହାତି ହେବେ ତେବେ ଶିକ୍ଷାଲାଭ କରୁଥିବା କୁନି କୁନି ଛାତ୍ରଛାତ୍ରୀ ମାନେ ସେଥିରୁ କଣ ଶିକ୍ଷାଲାଭ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।