ମୋବାଇଲ ବ୍ୟାଟେରୀ ଫାଟି ୨ ଗୁରୁତର
ଗଂଜାମ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ଖବର ଅନୁଯାୟୀ ବସନ୍ତ ସ୍ୱାଇଁଙ୍କ ବଡ ପୁଅ ରାଜେଶ ସ୍ୱାଇଁ(୧୩) ଓ ସାନ ପୁଅ (୧୦) ମୋବାଇଲ ବ୍ୟାଟେରୀ ସହ ଖେଳୁଥିଲେ । କିନ୍ତୁ କୈାଣସି କାରଣରୁ ବ୍ୟାଟେରୀଟି ଫାଟିଯାଇଥିଲା । ଫଳରେ ବଡପୁଅ ଓ ସାନପୁଅ ୨ ଜଣ ଆହାତ ହୋଇଛନ୍ତି । ଆହାତ ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ଏହା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ସ୍ୱାସ୍ଥବସ୍ଥା ଠିକ ରହିଥିବା ବେଳେ ୨ ଜଣଙ୍କର ହାତ ,ଗୋଡ ସମେତ ଶରୀରର କିଛି ସ୍ଥାନରେ ଆହାତ ହୋଇଥିବା ଜଣାପଡିଛି ।


