ମୋବାଇଲ ଭ୍ୟାନ୍ ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :ଆସ୍ଥା ଶ୍ରୀ ଜଗନ୍ନାଥ କୃଷକ ଉତ୍ପାଦକ ସଂଗଠନ, ଭଣ୍ଡାରିପୋଖରୀକୁ ନାର୍ବାଡ, ଭୁବନେଶ୍ୱରଙ୍କ ଦ୍ୱାରା ଏକ ମୋବାଇଲ ଭ୍ୟାନ୍ ପ୍ରଦାନ କରାଯାଇଛି । ବନ୍ତ ବ୍ଲକ ଆଗରପଡାସ୍ଥିତ ଶେଉଳଗଢିଆ ଛକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାର୍ବାଡ ଭଦ୍ରକ ଶାଖାର ମୁଖ୍ୟ ପ୍ରମୋଦ କୁମାର ବେହେରା, ଆସ୍ଥା ଶ୍ରୀ ଜଗନ୍ନାଥ କୃଷକ ଉତ୍ପାଦକ ସଂଗଠନର ପରିଚାଳନା ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ବୈରୀଗଞ୍ଜନ, ବାସନ୍ତୀ ପାଲ, ଭାସ୍କର ସାହୁ, ଶଶୀକାନ୍ତ ଦତ୍ତ, ଅପୂର୍ବ ରଞ୍ଜନ ରାଉତ, ଭରତ ଚନ୍ଦ୍ର ପାଲ ଯୋଗ ଦେଇଥିଲେ । ନାର୍ବାଡ ମୁଖ୍ୟ ପତାକା ହଲାଇ ମୋବାଇଲ ଭ୍ୟାନର ଶୁଭାରମ୍ଭ କରିଥିଲେ । ଏହା ଜିଲାର ପ୍ରଥମ ଗାଡି ଯାହାକି କୃଷକ ମାନଙ୍କ କାର୍ଯ୍ୟରେ ସାମିଲ ହେବ ବୋଲି ନାର୍ବାଡ ମୁଖ୍ୟ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ