ମୋବାଇଲ ସେବା ବିପର୍ଯ୍ୟସ୍ତ : ନେଟ୍‍ୱାର୍କକୁ ନେଇ ଅସନ୍ତୋଷ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ୨ୟ ବୃହତ୍ତମ ବ୍ଳକ ଭାବେ ପରିଚିତ ଫିରିଙ୍ଗିଆ ବ୍ଳକରେ ମୋବାଇଲ୍‍ ନେଟ୍‍ୱାର୍କକୁ ନେଇ ଦିନକୁ ଦିନ ବଢିଛି ଅସନ୍ତୋଷ।ତେବେ ବ୍ଳକର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ନେଟୱାର୍କର କୌଣସି ପ୍ରକାର ବ୍ୟବସ୍ଥା ନଥିବା ବେଳେ ଯେଉଁ କେତେକ ଅଞ୍ଚଳରେ ନେଟୱାର୍କ ଅଛି ତାହା ମଧ୍ୟ ଠିକ୍‍ ଭାବେ କାର୍ଯ୍ୟ କରୁନାହିଁ। ବର୍ତ୍ତମାନ ନେଟୱାର୍କ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି ବ୍ଳକରେ। ମୋବାଇଲ୍‍ ନେଟୱାର୍କ ନ ଥିବାରୁ ଅନେକ ଜରୁରି କାଯ୍ୟ ବିିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନେଟୱାର୍କ ନଥିବାରୁ ଅନେକ ଜରୁରି କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେବେ କିଛିମାସ ହେଲା ଏହି ସମସ୍ୟା ଉଗ୍ରରୂପ ଧାରଣ କରିଛି ଖୋଦ୍‍ ଫିରିଙ୍ଗିଆ ସଦର ମହକୁମାରେ। ସଦରମହକୁମାରେ କେବଳ ୨ଟି ନେଟୱାର୍କ ଥିବାବେଳେ ଏହି ୨ଟି ଉପରେ ଫିରିଙ୍ଗିଆ ସହର ସମେତ ଆଖ ପାଖରେ ପ୍ରାୟ ୨୦ଟି ଗ୍ରାମର ଅଧିବାସୀ ମାନେ ନିର୍ଭର କରିଥାନ୍ତି। ସହରର ଥିବା ସମସ୍ତ ପ୍ରାୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‍ ସମୂହ ମଧ୍ୟ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ବାରମ୍ବାର ବିଭ୍ରାଟ ଯୋଗୁଁ ସାଧାରଣ ଗ୍ରାହକମାନେ ମଧ୍ୟ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। ତେବେ କରୋନା କଟକଣା ଯୋଗୁଁ ବର୍ତ୍ତମାନ ସ୍କୁଲ କଲେଜ ସବୁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ବେଳେ ଅନ୍‍ ଲାଇନ୍‍ ଦ୍ୱାରା ଚାଲିଥିବା ପାଠପଢା ସଂପୂର୍ଣ୍ଣଭାବେ ଠପ୍‍ ହୋଇଯାଇଛି। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖର୍ଚ୍ଚ କରୁଥିବା ହଜାର ହଜାର ଟଙ୍କା ପାଣିରେ ପଡ଼ିଛି ବୋଲି କହିଛନ୍ତି ବହୁ ଅଭିଭାବକ। ନେଟୱାର୍କ ସମସ୍ୟା ଯୋଗୁ ବହୁ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଉଭୟ ଟାୱାର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏ ନେଇ ଅଞ୍ଚଳବାସୀ ଅଭିଯୋଗ କଲେ ଆମେ କଣ କରିବୁ ବୋଲି କହି ନୀରବ ରହୁଥିବା ବେଳେ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଏନେଇ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ନେଟୱାର୍କ ସମସ୍ୟାକୁ ନେଇ କେତେବେଳେ ମଧ୍ୟ କଣ ପରିସ୍ଥିତି ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ