ମୋରମ ଖଣିରେ ବୁଡିଗଲେ ୩ ଶିଶୁ ଚାଲିଗଲା ଜୀବନ

ହାଟଡିହି, (ବିକାଶ ବିଶ୍ୱାଳ):ବେଆଇନ ମୋରମ ଖାଦାନରେ ବୁଡି ଚାଲିଗଲା ୩ ନିଷ୍ପାପ ଶିଶୁକନ୍ୟାଙ୍କ ଜୀବନ। ଅବିଭାବକ ଛାଡି ଯାଇଥିଲେ ନିଜ ଅଲିଅଳି ମାନଙ୍କୁ କଳିକା କେନ୍ଦ୍ରରେ ହେଲେ କଳିକା କେନ୍ଦ୍ରରୁ ଶବ ହୋଇ ଫେରିଲେ ୩ ନିଷ୍ପାପ ଶିଶୁ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆତୁରିକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶ ରେ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ର ତଦନ୍ତ। ଅବହେଳାକୁ ଲୁଚେଇବାକୁ ଯାଇ ସମସ୍ତେ ଦୋଷ ଛଡା ହେବାକୁ ଉଦ୍ୟମ କରୁଛନ୍ତି କର୍ମଚାରୀ ଓ ଅଧିକାରୀ। ସୁଚନା ଅନୁଯାଇ ସୋସୋ ଥାନା ଅଧୀନସ୍ଥ ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗ୍ରାମରେ ଅଛି ଅଙ୍ଗନବାଡ଼ି କେନ୍ଦ୍ର। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଗୌରାଙ୍ଗ ପାତ୍ର ଙ୍କ ଝିଅ ପାୟଲ, କୋଦଣ୍ଡ ପାତ୍ର ଙ୍କ ଝିଅ ଲିପ୍ସା, ଦୀନବନ୍ଧୁ ପାତ୍ର ଙ୍କ ଝିଅ ଭାରତୀ ନାମ ଲେଖାଇଥିବା ବେଳେ ଅଧିକ ଦୂର ହୋଇଥିବାରୁ ଏହି ଛୁଆମାନେ ସେଠାକୁ ନଯାଇ ସେହି ଡାହିସାହିରେ ଥିବା କଳିକା କେନ୍ଦ୍ରକୁ ଯାଉଥିଲେ। ଆଜି କେନ୍ଦ୍ରକୁ ଆସିଥିବା ବେଳେ ଶୌଚ ହେବାକୁ ଯାଇ ନିକଟସ୍ଥ ମୋରମ ଖାଦାନ ରେ ଖସିପଡି ଥିଲେ। ଫଳରେ ଅସମୟରେ ଲିଭିଗଲା ୩ ନିଷ୍ପାପ ଶିଶୁଙ୍କ ଜୀବନ ଦୀପ। ମୁଲ ମଜୁରିଆ ଶ୍ରେଣୀର ମା ବାପା ହୋଇଥିବାରୁ ନିଜ ଅଲି ଅଳି ଶିଶୁ କନ୍ୟା ଙ୍କୁ ଏହି କେନ୍ଦ୍ରରେ ଛାଡି ଯାଇଥିଲେ ତିନି ଅଭିଭାବକ। ଛାଡି ଯିବାର ଘଣ୍ଟାଏ ପରେ କଳିକା କେନ୍ଦ୍ରକୁ ଛୁଆଙ୍କୁ ଖୋଜି ନ ପାଇବାରୁ ଖୋଜାଖୋଜି କରିଥଲେ। କଳିକା କେନ୍ଦ୍ର ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ବେଆଇନ ମରମ ଖଣି ନିକଟରୁ ୩ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ମୃତଦେହ ଗୁଡ଼ିକୁ ଉଦ୍ଧାର କରି ତୁରନ୍ତ ଆଗରପଡ଼ା ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ କ୍ରନ୍ଦନ ଧ୍ବନିରେ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ଖବରପାଇ ସୋସୋ ଥାନା ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଡାକ୍ତରଖାନରେ ପହଞ୍ଚି ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ହସପିଟାଲ କୁ ପଠାଇଥିଲେ। ଏପଟେ ଏ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ସୋରେନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ବ୍ଲକ୍ ମହିଳା ଓ ଶିଶୁବିକାଶ ଅଧିକାରୀଣୀ ସ୍ମିତା ନାୟକ, ତହସିଲଦାର ହାବିଲ ଖଖା ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗୋଟିଏ ପଟେ ସ୍ଥାନୀୟ କଳିକା କେନ୍ଦ୍ରର କର୍ମଚାରୀଙ୍କ ଦାଇତ୍ୱହୀନତାରୁ ଏଭଳି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ନିଜ ଉପରୁ ଦୋଷ ଛଡ଼ାଇବାକୁ କଳିକା କେନ୍ଦ୍ରର ତତ୍ତ୍ୱାବଧାରକ ପ୍ରତିମା ପାତ୍ର କହୁଛନ୍ତି ଯେ ସେମାନେ କଳିକା କେନ୍ଦ୍ରର ଛାତ୍ରୀ ନୁହନ୍ତି ବୋଲି ସଫା ସଫା କହିଛନ୍ତି । ସେପଟେ ସମସ୍ତ ଶିଶୁଙ୍କ ବୟସ ୩ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ପୋଷଣ ଟ୍ରାକର ମାଧ୍ୟମରେ ମୃତ ୩ ଶିଶୁଙ୍କର ନାମ ଆପେ ଆପେ କଳିକା କେନ୍ଦ୍ରରୁ ବାହାରି ଅନ୍ଗନବାଡି ରେ ନାମ ଉଠିଯିବା କଥା, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତା ୩ ଶିଶୁଙ୍କ ନାମ କଳିକା କେନ୍ଦ୍ରରେ ରହିଥିବା ଉପସ୍ଥାନ ଖାତାରୁ ସ୍ପଷ୍ଟ ହୋଇଛି। ତେବେ କାହିଁକି ଏଭଳି ସ୍ଥିତି ହେଲା ତାକୁ ନେଇ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଅଙ୍ଗନବାଡ଼ି କର୍ମୀ ନନ୍ଦିନୀ ନାୟକ କହିଛନ୍ତି ଯେ ସେମାନଙ୍କ ନାମ ଆତୁରିକୋଣା ଅଙ୍ଗନବାଡ଼ି କେନ୍ଦ୍ରରେ ଲେଖା ହୋଇଥିଲେ ମଧ୍ୟ ସେମାନେ କେବେ ଯାଆନ୍ତି ନାହିଁ। ଅନ୍ୟପଟେ ବେଆଇନ ମରମ ଖଣି ଯୋଗୁ ପ୍ରତିବର୍ଷ ବର୍ଷା ଦିନରେ ସାଧାରଣ ଜନ ଜୀବନ ସହିତ ଗୃହପାଳିତ ପଶୁଙ୍କ ମଧ୍ଯ ଜୀବନ ଯାଉଛି। କେବଳ ଆଜିକାର ଦୁର୍ଘଟଣା ନୁହଁ ପୁର୍ବରୁ ମଧ୍ଯ ଅନେକ ଜୀବନ ଯାଇଛି। ଖଣି ଚାରିପଟେ ସୁରକ୍ଷା ବାଡା ନଥିବାରୁ ଅନେକ ଧନ ଜୀବନ ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଏ ଅଞ୍ଚଳରେ ଶହ ଶହ ବେଆଇନ୍ ମୋରମ ଖଣି ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପରିବାର ଲୋକଙ୍କୁ ଭେଟି ସନ୍ତନ୍ୱା ଦେବା ସହ ଏହାର ତଦନ୍ତ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଏହି ମୃତ ଶିଶୁଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ପ୍ରଦାନ କରାଯିବା ସହିତ ବେଆଇନ ମରମ ଖଣିର ତଦନ୍ତ ଉପଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ