ମୋରମ ଖାଣିଆଁରେ ଭାଷୁଛି ନିଖୋଜ ବ୍ୟକ୍ତିଙ୍କ ଶବ

ହାଟଡିହି, (ଓ୍ବାଇଏନ୍ଏସ୍) : ଗତକାଲିଠାରୁ ନିଖୋଜ ଥିବା ଢ଼େଙ୍କା ହାଟସାହିର ଜଣେ ବ୍ୟକ୍ତିଙ୍କ ଶବକୁ ଆଜି ନିକଟସ୍ଥ ମୋରମ ଖାଣିଆରୁ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ହାଟସାହିର ମକରା ମାଝୀ (୪୮)ନାମକ ଜଣେ ବ୍ୟକ୍ତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଗତକାଲି ଠାରୁ ନିଖୋଜ ଥିଲେ । ଆଜି ସନ୍ଧ୍ୟାରେ ନିକଟସ୍ଥ ଏକ ପାଣିଭର୍ତ୍ତି ମୋରମ ଖାଣିଆଁରେ ତାଙ୍କ ଶବ ଭାଷୁଥିବା ଦେଖିଥିଲେ । ଏହି ମୋରମ ଖାଣିଆ ଗୁଡିକରେ କୌଣସି ସୁରକ୍ଷା ବାଡା ନଥବବାରୁ ଶୌଚପାଇଁ ଯାଇଥିବାବେଳେ ପାଣିରେ ପଡିଯାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ