ମୋରମ ବୋଝେଇ ଟ୍ରାକ୍ଟର ଜବଦ

ହାଟଡ଼ିହି, ( ବିକାଶ ବିଶ୍ୱାଳ) : କେନାଲ ରାସ୍ତାର ମଠ ଗ୍ରାମ ନିକଟରେ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଚଢ଼ାଉକରି ଏକ ବେଆଇନ ମୋରମ ବୋଝେଇ ଟ୍ରାକ୍ଟରକୁ ଜବଦ କରିଛନ୍ତି । ଏହି କେନାଲକୁ ଟ୍ରିପ ଟ୍ରିପ ମୋରମ ଆସି ପଡୁଥିବାବେଳେ କେଉଁଠୁ ଏହି ମୋରମ ଆସୁଛି ଏହାକୁ ନେଇ ଅତିରିକ୍ତ ତହସିଲଦାର ସନ୍ଦେହ ପ୍ରକଟ କରିବା ସହିତ ଗତକାଲି ଅତର୍କିତ ଭାବେ ଚଢ଼ାଉକରି ଗୋଟିଏ ଟ୍ରାକ୍ଟରକୁ ଜବଦ କରି ନନ୍ଦିପଦା ପୁଲିସକୁ ହସ୍ତାନ୍ତର କରିଥିଲେ । ପରେ ଏହି ଟ୍ରାକ୍ଟରରୁ ୧୨ହଜାର ପାଞ୍ଚଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅଫିସ ସୁତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ