ମୋହନଗିରି ମାର୍କେଟ ରେ ପୋଲିସ ମାଓବାଦୀ ଗୁଳିବିନିମୟ ୩ ମାଓ ମୃତ ଜଣେ ଗିରଫ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାର ରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ସୂଚନା ମତେ ଆଜି ସାପ୍ତାହିକ ହାଟକୁ ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ ବଜର କରିବାକୁ ମୋହନଗିରି ହାଟକୁ ଆସିଥିଲେ ଏହି ପରିସ୍ଥିତିରେ ପୋଲିସ ସିଭିଲ ଡ୍ରେସ ରେ ସାପ୍ତାହିକ ହାଟ ରେ ବୁଲୁଥିଲେ ତେବେ ପୋଲିସ କୁ ଦେଖି ପ୍ରଥମେ ମାଓବାଦୀ ମାନେ ଏ କେ ୪୭ରେ ଗୁଳି ଚଳାଇ ଥିଲେ ଏବଂ ହାଟ ଭିଡରେ ପଳାଇବାରେ ସଫଳ ହୋଇଥିଲେ, ତେବେ ପୋଲିସ ପକ୍ଷରୁ ମାଓବାଦୀଙ୍କୁ ପିଛlକରି ତାପ ରେଙ୍ଗ -ଲୁବେନଗଡ଼ ରେ ପୋଲିସ ୩ମାଓବାଦୀ ଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଜଣେକୁ ଗିରଫ କରିଛନ୍ତି ଓ ଜଣେ ସେଠାରୁ ପଳାଇବାରେ ସଫଳ ହୋଇଥିବା ଜଣା ପଡିଛି । ମାଓବାଦୀ ଙ୍କ ଗୁଳିରେ ଜଣେ ପୋଲିସ ଡ଼ିଏସପି ଙ୍କୁ ମଧ୍ୟ ଗୁଳି ଗୋଡ଼ରେ ବାଜିଛି, ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ମଦନପୁର ରାମପୁର ମେଡିକାଲ ଓ ପାରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି, ପୋଲିସ ଗୋଟିଏ ଏ କେ ୪୭ ବନ୍ଧୁକ ଜବତ କରି ସ୍ଥାନୀୟ ଅଞ୍ଚଳରେ କୁମ୍ବିଙ୍ଗ କୁ ଜୋରଦାର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ