ମୋହନାରୁ ପୁଣି ବିଜେପିର ପ୍ରାର୍ଥୀ ହେଲେ ପ୍ରଶାନ୍
ମୋହନା,(ଅଂଶୁମାନ ପଣ୍ଡା) : ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ମଙ୍ଗଳବlର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି l ଏଥିରେ ମୋହନା ବିଧାନସଭା ଆସନ ପାଇଁ ପୁଣି ଥରେ ଯୁବ ନେତା ପ୍ରଶାନ୍ତ ମଲ୍ଲିକ ନା ରେ ମୋହର ମାରିଚି ଦଳ l ଗତ ୨୦୧୯ ରେ ମଧ୍ଯ ବିଜେପିରୁ ପ୍ରଶାନ୍ତ ପ୍ରାର୍ଥୀ ହୋଇଥିବା ବେଳେ ଏବେ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପ୍ରାର୍ଥୀ କରିଥିବା ଯୋଗୁଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମlର, ସହ ପ୍ରଭାରୀ ସୁନିଲ ବଂସଲ, ଜିଲ୍ଲା ସଭାପତି କେ. ନାରାୟଣ ରାଓ ଓ ବିଭିନ୍ନ ସଙ୍ଗଠନର ପ୍ରମୁଖ କର୍ଯ୍ୟକର୍ତl ଙ୍କୁ କୃତଜ୍ଞତା ଜଣାଇଛନ୍ତି l ପୁର୍ବରୁ ବିଜେଡ଼ି ବଶିଷ୍ଠ ନେତା ଅନ୍ତର୍ଯlମୀ ଗମାଙ୍ଗ ଓ କଂଗ୍ରେସ ରୁ ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ପ୍ରାର୍ଥି ଘୋଷଣା କରାଯାଇଥିବା ବେଳେ ବିଜେପି ପ୍ରାର୍ଥୀ ନେଇ ସସ୍ପେନ୍ସ ଜାରି ରହିଥିଲା l ଆଜି ବିଜେପି ପ୍ରାର୍ଥୀ ଘୋଷଣା ପରେ ସସ୍ପେଷ୍ଣ ଉପରୁ ପରଦା ହଟିଛି l ତିନି ରାଜନୈତିକ ଦଳର ଯୁବ ତଥା ଦକ୍ଷ ଚେହେରା ମଇଦାନ କୁ ଓହ୍ଲାଇଛନ୍ତି l ୨୦୧୯ ରେ ବିଜେପିରୁ ପ୍ରଶାନ୍ତ ମଲ୍ଲିକ, କଂଗ୍ରେସ ରୁ ଦାଶରଥି ଗମାଙ୍ଗ ଓ ବିଜେଡ଼ି ରୁ ପୂର୍ଣ୍ଣବlସି ନାୟକ ପ୍ରତିଦ୍ବନ୍ଦିତା କରିଥିଲେ l ଏଥିରେ କଂଗ୍ରେସ ର ଦାଶରଥି ଗମାଙ୍ଗ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ପୂର୍ଣ୍ଣବlସି ଦ୍ଵିତୀୟ ଓ ବିଜେପିର ପ୍ରଶାନ୍ତ ତୃତୀୟ ସ୍ଥାନରେ ରହିଥିଲେ l ଏଥର ବିଜେପି ଓ କଂଗ୍ରେସ ପ୍ରାର୍ଥୀ ରିପିଟ କରିଥିବା ବେଳେ ବିଜେଡି ପୂର୍ଣ୍ଣବlସୀଙ୍କ ସ୍ବାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ପ୍ରାର୍ଥୀ କରିଛି l