ମୋହନାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ ସମିତି ଓ ସ୍ଵାଦ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମହିଳା ଦିବସ ଅବସରରେ ଅନୁଷ୍ଠାନର ୩ ଶହରୁ ଊର୍ଦ୍ଧ୍ବ ମହିଳା ଏକତ୍ରିତ ହୋଇ ହାଇସ୍କୁଲ ଛକରୁ ପଦଯାତ୍ରାରେ ବାହାରି ହାତରେ ଫ୍ଳାକାର୍ଡ ଧରି ଆମେ ନାରୀ ପୂର୍ଣ୍ୟ ସବୁରି, ପାଠୋଇ ନାରୀ ଘରର ଶିରୀ, ଶିକ୍ଷିତ ନାରୀ ଦେଶର ଶିରୀ ଆଦି ନାରାବାଜି କରି ବ୍ଳକ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ତହସିଲଦାର କିଶୋର ଚନ୍ଦ୍ର ଦାଶ,ଜିପିଇଓ ନରସିଂହ ମାଣ୍ଡାଙ୍ଗୀ, ବନ ଅଧିକାରୀ କଳ୍ପନା ନାୟକ, ସିଡିପିଓ ଲଳିତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ଏହି କାଳ୍ୟକ୍ରମର ପ୍ରାରମ୍ଭରେ ଚାରା ରୋପଣ କରାଯିବା ସହ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ଯ ରେ ଦେଶରେ ନାରୀର ଭୂମିକା ସମ୍ପର୍କରେ ବଖାଣିଥିଲେ । ଏହି ଦିବସରେ ସ୍ଵାଦ ଅନୁଷ୍ଠାନର ନିର୍ଦ୍ଦେଶକ ଫିଲୋମିନା , ସହକାରୀ ନିର୍ଦେଶକ କମଲ ସଭାସୁନ୍ଦର, ସଂଯୋଜକ ସୁକେଶିନୀ, ସୁପରଭାଇଜର ଶିଷ୍ଟର ଆଲଫନ ଶା, ଆଲଫନ ମାର୍ତା ଉପସ୍ଥିତ ଥିଲେ ଓ ପିସର କର୍ମଚାରୀମାନେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଳିକା ବିଭାଗର ଯୋଜନା ଅଧିକାରୀ ଅଧ୍ୟାପକ ଅନୀଲ କୁମାର ତ୍ରିପାଠୀ ଓ ବାଳକ ବିଭାଗର ଯୋଜନା ଅଧିକାରୀ ଅଧ୍ୟପକ ଭଗବାନ ବିଷୋୟୀ ଯୋଗଦେଇ ସମ୍ପ୍ରତିକ ପରିସ୍ଥିତିରେ ନାରୀ କିଭଳି ସଶକ୍ତିକରଣ ହେବା ସହ ବିଭିନ୍ନ କଠିନ ପରିସ୍ଥିତିର ମୁକାବିଲା ଦିଗରେ ଅଗ୍ରସର ଓ ସଚେତନ ହୋଇ ପାରିବ, ନାରୀ ମାନେ ହିଁ ନାରୀମାନଙ୍କ ପାଇଁ ନିର୍ଯ୍ୟାତନାର କାରଣ, ବିଶ୍ଵ ମହିଳା ଦିବସର ଇତିହାସ ଓ ଭାରତୀୟ ନାରୀମାନଙ୍କର ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଡ଼.ଅନ୍ତର୍ଯ୍ୟାମୀ ଗୌଡ଼, ଏସ.ରମେଶ, ଖେଳ ଶିକ୍ଷକ ମୀନକେତନ ମିଶ୍ର, ଗ୍ରନ୍ଥାଗାର ରକ୍ଷକ ଗୋପାଳ ପଟ୍ଟନାୟକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।