ମୋହନାରେ ବାଘ ଆତଙ୍କ ଭେଳିକି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଦେଖା ଦେଇଛି ବାଘ ଆତଙ୍କ ଭେଳିକି. ମଞ୍ଚରେ ରହି ମକା ଚାଷକୁ ଜଗିଥିବା ଲୋକେ ବାଘକୁ ଦେଖିଥିବା ସୂଚନା ଦେଇଥିଲେ. ଏହା ମହାବଳ ବାଘ ନୁହେ, କଲରା ପତରିଆ ବାଘ ହୋଇଥାଏ ବୋଲି ଅନୁମାନ କରୁଥିବା ଜଣାଇଥିଲେ ବିଭାଗ. ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି. ମୋହନା ବନ ବିଭାଗ ଅନ୍ତର୍ଗତ ମଳାସପଦ ପଞ୍ଚାୟତର ଡିମ୍ବିରକଙ୍କାଳ ଗ୍ରାମରେ ଲୋକେ ବାଲିରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ହୋଇ ବନ ବିଭାଗକୁ ତୁରନ୍ତ ସୂଚନା ଦେଇଥିଲେ. ଯାହାଦ୍ୱାରା ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଦେବାଶିଷ ଶତପଥି ତାଙ୍କ ଟିମ ପହଞ୍ଚି ଯାଞ୍ଚ କରିଥିଲେ.ହେଲେ ଏହା ବାଘର ପାଦ ଚି଼ହ୍ନ ନୁହ ଗଧିଆ ହୋଇଥାଏ ବୋଲି ବନ ବିଭାଗ କହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ