ମୋହନାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ସଚେତନତା ରଥ ପରିକ୍ରମା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଠାରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନା ସଚେତନତା ରଥ । ଏହି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମୋହନା ବ୍ଲକ ଠାରେ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏହି ସଚେତନତା ରଥକୁ ମୋହନା ବିଡିଓ ସୌରଭ ସାର୍ଥକ ମହାପାତ୍ର ସବୁଜ ପତକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହାପରେ ଉକ୍ତ ରଥ ମୋହନା ବ୍ଲକର ଅଡବା, ବିରିକୋଟ, ରାଇପଙ୍କା, ଖାରିଗୁଡା, ମାଣ୍ଡିମେରା ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ପରିକ୍ରମା କରି ସାଧାରଣଙ୍କୁ ସଚେତନତା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ