ମୋହନାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତିି ଜିଲ୍ଲାର ମୋହନା ବ୍ଲକ ଓଡିଶାର ଦ୍ୱିତୀୟ ବୃହତମ ବ୍ଲକ ଅଟେ । ଏଠାରେ ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଏହି ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଛିକି ନାହିଁ ତାହାକୁ ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୋହନା ବ୍ଲକର କେତେକ ଦୁର୍ଗମ ପଞ୍ଚାୟତ ଗସ୍ତ କରି ଛନ୍ତି । ଶ୍ରୀସାହୁ ପଞ୍ଚାୟତ କାର୍ଯ୍ୟାଳୟ କୋଠା, କଲ୍ୟାଣମଣ୍ଡପ, ଉଦ୍ ଘାଟନ ସହ ପଞ୍ଚାୟତର ଗୋଦାମ ଗୃହ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମୋହନା ବ୍ଲକର ମାଣିକପୁର ପଞ୍ଚାୟତ କାର୍ଯ୍ୟାଲୟ କୋଠା ଉଦ୍ଘାଟନ କରି ସାଂସଦ ମହିଳା ମାନଙ୍କ ଉନ୍ନତି ନବୀନ ସରକାରଙ୍କ ପ୍ରଥମ କାର୍ଯ୍ୟ ହୋଇଥିବାରୁ ମହିଳାମାନଙ୍କ ସହ ଆଲୋଚନା କରି ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସାଂସଦଙ୍କ ଏହି ଗ୍ରସ୍ତ ଅନୁଧ୍ୟାନ ବେଳେ ବ୍ଲକର ବିଭିନ୍ନ ପଦାଧିକାରୀଙ୍କ ସମେତ ଜନପ୍ରତିନିଧି ଓ ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ