ମୋହନାରେ ରାମ ମନ୍ଦିର ଅକ୍ଷତ ବଣ୍ଟନ

ମୋହନା, (ଅଂଶୁମାନ ପଣ୍ଡା) : ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲlଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗୁରୁବାର ଗଜପତି ଜିଲ୍ଲା ମୋହନାରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ ପ୍ରଦାନ କରାଯାଇଛି l ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ଶୋଭଯାତ୍ରାରେ ବାହାରି ମୋହନlର ସମସ୍ତ ସାହିର ପ୍ରତ୍ୟେକ ଘରକୁ ଯାଇ ଅକ୍ଷତ ଦିଆଯାଇଛି l ସରସ୍ଵତି ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ରାମ, ଲକ୍ଷ୍ମଣ ଓ ହନୁମାନ ବେଶ ଧାରଣ କରି ବଜାର କରିଛନ୍ତି l ଆସନ୍ତା ୨୨ ରେ ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ଭଗବାନ ରାମ ଲlଲlଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ପ୍ରତ୍ୟେକ ଗାଁରେ ଅକ୍ଷତ ଓ ନିମନ୍ତ୍ରଣ ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି l ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦ ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣିସେନ ଦାସ, ଆରଏସଏସ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍, ଅମୂଲ୍ୟ ପାତ୍ର, ପ୍ରଶାନ୍ତ ସୁବୁଦ୍ଧି, ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟl ଆରତି ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ