ମୋହନାରେ ଶିଶୁ ଦିବସ ପାଳିତ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ବାଳିକା ବିଦ୍ୟାଳୟରେ ଚାଇଲଡ ଲାଇନ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଦୁର‌୍ୟ୍ୟୋଧନ କରଡା ଯୋଗଦେଇଥିବା ବେଳେ ଚାଇଲଡଲାଇନର ଅନିତା କୁମାରି ନାୟକ, ଅରୁଣ ନାୟକ, ପ୍ରଧାନ ଶିକ୍ଷକ ମନୋଜ ରଥ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ଓ ଛାତ୍ରୀମାନେ ନାଚଗୀତ ,ଚିତ୍ର. ଅଙ୍କନ ଓ ଭାଷଣରେ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରେ କୃତିତ୍ୱ ହୋଇଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା ଓ ସେହିପରି ମୋହନା ଓ ଅଡ଼ବା.ଚାନ୍ଦିପୁଟ.ଆଦି ବିଭିନ ଶିକ୍ଷା ଅନୁଷ୍ଠାନରେ ଧୁମଧାମରେ ଶିଶୁ ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ