ମୋହନାରେ ଶ୍ରୀରାମ ମନ୍ଦିର ଅକ୍ଷତ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲlଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗଜପତି ଜିଲ୍ଲା ମୋହନାରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି l ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭଯାତ୍ରାରେ ଭକ୍ତମାନେ ବାହାରି ମୋହନlର ସମସ୍ତ ସାହିର ପ୍ରତ୍ୟେକ ଘରକୁ ଘର ଯାଇ ଅକ୍ଷତ ଦିଆଯାଇଛି l ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ରାମ, ଲକ୍ଷ୍ମଣ ଓ ହନୁମାନ ବେଶ ଧାରଣ କରି ବଜାର ପରିକ୍ରମା କରିଛନ୍ତି l ଆସନ୍ତା ୨୨ ରେ ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ଭଗବାନ ରାମ ଲlଲlଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ପ୍ରତ୍ୟେକ ଗାଁରେ ଅକ୍ଷତ ଓ ନିମନ୍ତ୍ରଣ ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି l ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣିସେନ ଦାସ, ଆରଏସଏସ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍, ଅମୂଲ୍ୟ ପାତ୍ର, ପ୍ରଶାନ୍ତ ସୁବୁଦ୍ଧି, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟl ଆରତି ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ