ମୋହନାରେ ୨୩ତମ ବିଜୁଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ବିଜୁ ଜନତା ଦଳ ର ୨୩ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ବିଜେଡି ଉପସଭାପତି ଦଣ୍ଡାସି ସାହୁ ଓ ଅନ୍ତର୍ଯାମି ଗମାଙ୍ଗ ଙ୍କ ସଭାପତିରେ ଆୟୋଜିକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏସ ବିଜୟ କୁମାର ଯୋଗଦେଇଥିବା ବେଳେ ମୋହନା ବ୍ଲକ ଅଧ୍ୟକ୍ଷା ସୁଖୀ ସବର , ବ୍ଲକ ବିଜେଡି ସଭାପତି ରଂଜୀବ ଶବର , ବିଧାୟକ ପାର୍ଥୀନି ପୁର୍ଣ୍ଣବାସୀ ନାୟକ ପ୍ରମୁଖ ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଯଥା ରାୟଗଡ,ନୁଆଁଗଡ, ରା.ଉଦୟଗିରି ,ଓ ମୋହନା ବ୍ଲକର ବହୁ ଜନ ପ୍ରତିନିଧି ମାନେ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପ୍ରଚଳିତ ବହୁ ଜନକଲ୍ୟାଣ କାରୀ ଯୋଜନା କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ଆଲୋଚନା କରାଯିବା ସହ ବିଜୁ ଜନତା ଦଳକୁ ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ । ଜିଲ୍ଲା ଉପସଭାପତି ଦଣ୍ଡାସି ସାହୁ ଙ୍କ ତତ୍ବବଧନାରେ ଜିଲ୍ଲା କୁଇ କନ୍ଧ ଉନ୍ନୟନ ସମିତିର ସଂପାଦକ ଶରତ ଚନ୍ଦ୍ର ମଳିକ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ବେଳେ ଦଶରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ମାନେ ଦଳ ଛାଡି ବିଜେଡିରେ ବିଦ୍ଦିବଧ୍ୟ ଭାବେ ସାମିଲ ହୋଇଥିଲେ । ନୁତନ ଭାବେ ସାମିତ ହୋଇଥିବା କର୍ମୀମାନଙ୍କୁ ଉପସଭାପତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଯୁବ ସଂପାଦକ ଫିରୋଜ ପଟ୍ଟନାୟକ, ବରିଷ୍ଠ ବିଜେଡି କର୍ମୀ ଆଇନଜୀବି ରାଜେନ୍ଦ୍ର ନାୟକ, ସିମାଞ୍ଚଳ କାର୍ଯା, ଜୟସେନ ଶବର, ରାମ ଦଳବେହେରା ,ମହିଳା ସଭାନେତ୍ରୀ ନର୍ମଦା ଦଳେଇ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।


