ମୋହନାର ଦୃଷ୍ଟିହିନ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ସ୍ଥିତ ଏମ୍.କେ.ସି.ଜି. ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତ୍ୱନ୍ତ୍ର ବିଦ୍ୟାଳୟର ଏକ ଜରୁରୀକାଳୀନ ବୈଠକ ବିଦ୍ୟାଳୟ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତଥିଲେ । ବିଦ୍ୟାଳୟର ସମ୍ପାଦକ ଦଣ୍ଡାସୀ ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଦୁର୍ଯ୍ୟଧନ କରାଡ, ବସୁନ୍ଦରା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ଆଦିତ୍ୟ ପଣ୍ଡା, ରାମେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଆଗାମୀ କାର୍ଯ୍ୟପନ୍ଥା କିପରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଗୋଟିଏ ସାଧାରଣ ଶିଶୁ ପାଠ ନପଡିଲେ କୁଲି ଲାଗି ପେଟ ପୋଷଣ କରିପାରିବ କିନ୍ତୁ ଭିନ୍ନ କ୍ଷମ ଶିଶୁଟିଏ ଅବହେଳିତ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବ । ତେଣୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ଆଲୋଚନା କରାଯାଇଥିଲା । କୋଭିଡ ଭଳି ପ୍ରତିକୂଳ ପରିସ୍ଥିତିରେ କିପରି ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟକ୍ରମ ପହଞ୍ôଚ ପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଦସ୍ୟ ସୁରେନ୍ଦ୍ର ଜେନା, ରବି ସାମନ୍ତରା, ପ୍ରକାଶ ପାଇକ ପ୍ରମୁଖ ଉପସ୍ଥିତଥିଲେ ।


