ମୋହନାର ବିଭିନ୍ନ ଅଞ୍ଚଳରେ ଉତ୍ସବମୁଖର ମହାଶିବରାତ୍ରୀ

ମୋହନା, (ଅଂଶୁମାନ ପଣ୍ଡା):ସ୍ଥାନୀୟ ବ୍ଳକରେ ରହିଥିବା ବିଭିନ୍ନ ଅଞ୍ଚଳର ଶୈବପୀଠ ଉତ୍ସବମୁଖର । ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ ସହିତ ଭୋଳାନାଥଙ୍କ ଶରଣାପର୍ଣ୍ଣ ହେବା ପାଇଁ ଶହ ଶହ ସଂଖ୍ୟାରେ ମନ୍ଦିର ଗୁଡ଼ିକରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଏହି ଅବସରରେ ମୋହନା ସ୍ଥିତ ନିଳକଣ୍ଠେଶ୍ଵର ଶିବ ମନ୍ଦିର ଲୋକାରଣ୍ୟ ହୋଇଛି। ପୂର୍ବାହ୍ନରୁ ମହାଦେବଙ୍କ ନିତୀକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ପୁରୋହିତ ଶିବଶଙ୍କର ପଣ୍ଡା ମହାଦେବଙ୍କ ପୂଜାର୍ଚ୍ଚନା କରିଥିଲେ।
ରାତ୍ର ଉଜାଗର ପାଇଁ ଶହ ଶହ ପୁରୁଷ ଓ ମହିଳା ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ। ରାତ୍ର ୧୨ ଟାରେ ମହାଦୀପ ମନ୍ଦିର ଚୂଡକୁ ଉଠିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଗ୍ରାମ୍ୟ ପାତ୍ର ମୁଠା ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ରବିବାର ରାତିରେ ମହାନ ପୌରାଣିକ ନାଟକ “ସ୍ୱର୍ଣ୍ଣ ଲଙ୍କା ଦହନ” ଦୁଇ ଦିନ ଧରି ମଞ୍ଚସ୍ଥ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଯାତ୍ରା ପରିଚାଲନା କମିଟି ସଭ୍ୟ ଅଶୋକ କୁମାର ବେହେରା, ବାଳକୃଷ୍ଣ ମାଝୀ, ଗଣେଶ ମାଝୀ, ସନ୍ତୋଷ କୁମାର ରାଓ, ଦିଲ୍ଲୀପ କୁମାର, ଯୋଗେନ୍ଦ୍ର ସାହୁ, ଲାଲୁ ପାଢି, ସୁଶାନ୍ତ ସାହୁ, ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ନିଳକଣ୍ଠେଶ୍ଵର ବଣିକ ସଂଘ, ଗଣେଶ ବଣିକ ସଂଘ, ଏମକେସିଜି ଯୁବକ ସଂଘର କର୍ମକର୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। ସେହିପରି ଚନ୍ଦ୍ରଗିରି,ଅଡବା, ବିରିକୋଟ ଆଦି ଶୈବପୀଠ ଗୁଡିକରେ ମହାସମାରୋହରେ ମହାଶିବରାତ୍ରୀ ପାଳନ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ