ମୋହନା ଅଞ୍ଚଳରେ ଆଜାଦି କି ଅମୃତ ଉତ୍ସବ ଓ ୭୬ତମ୍ ସ୍ଵାଧୀନତା ଦିବସ ପାଳନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ଧୁମ୍ ଧାମରେ ପାଳନ ହେଉଛି ଆଯାଦି କି ଅମୃତ ଉତ୍ସବ ଓ ୭୬ତମ୍ ସ୍ଵାଧୀନତା ଦିବସ ମୋହନା ଥାନା ପରିଶ୍ୱର ରେ ସାଜ ଶଯ୍ୟା କରି ପତାକା ଉତୋଳନ କରିଥିଲେ ଏହା ଶହ ମୋହନା ମେଡ଼ିକାଲ ପରିଶ୍ଵର ରେ ରୋଗୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଅଡବା ଥାନା ରେ ଥାନା ଅଧିକାରି ଆନନ୍ଦ ପାତ୍ର ପତାକା ଉତୋଳନ କରିଥିଲେ, ମୋହନା ତହସିଲ୍ କାର୍ଯ୍ୟାଳୟ ରେ କିଶୋର ଦାଶ, କୋର୍ଟ ପରିଶ୍ଵର ରେ ପ୍ରଥମ ଶ୍ରେଣି ବିଚାର ପତି ବିରଜା ପ୍ରସାଦ ପଣ୍ଡା , ମେଡିକାଲ ରେ ଡାକ୍ତର କିଶୋର ବେହେରା, ଚନ୍ଦ୍ରଗିରି ମେଡିକାଲ ରେ ଡାକ୍ତର ଉଲାସ ରାଉତ, ବ୍ଲକ ପରିଶ୍ଵର ରେ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଯୁବକ ସଂଘ ରେ ସଭାପତି ଅଜିତ ପାତ୍ର, ହିଲ୍ ଟପ୍ ମହାବିଦ୍ୟାଳୟ ରେ ସୁବ୍ରତ କାନ୍ତ ମହାନ୍ତି, ଚାନ୍ଦିପୁଟ ଇନ୍ଦ୍ରା ସ୍ମୁତି ସ୍ନାତକ ମହାବିଦ୍ୟାଳୟରେ କିଶୋର ଚନ୍ଦ୍ର ସାହୁ , ସେଇ ଭଳୀ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ପାଳନ ହୋଇଛି ସ୍ଵାଧୀନତା ଦିବସ ଏହି ଅବସର ରେ ଚାନ୍ଦିପୁଟ ଠାରୁ ବିରାଟ ସଭା ଯାତ୍ରା ରେ ବାଇକ ରାଲି ବାହାରି ମୋହନା ବଜାର ପରିକ୍ରମା କରି ଚାନ୍ଦିପୁଟ ଠାରେ ପହଞ୍ଚି ଥିଲା ସାରା ରାଜ୍ୟ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ମୋହନା ଗ୍ରାମୀଣ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟଳୟ ରେ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ନଥିବାରୁ ଯନ୍ତ୍ରୀ ଶିବରାମ ସାହୁ ପତାକା ଉତୋଳନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ