ମୋହନା ଅଞ୍ଚଳରେ ଡକାୟତଙ୍କ ପାଦୃଭାବ
ମୋହନା,(ଅଂଶୁମାନ ପଣ୍ଡା): କିଛି ଦିନ ହେଲା ଅତି ଖୁସି ଓ ଶାନ୍ତିରେ ମୋହନା ଅଞ୍ଚଳ ବାସି ରହୁଥିବା ବେଳେ ବର୍ତ୍ତମାନ ସମୟରେ କିଛି ଅସାଧୁ ବ୍ୟକ୍ତି,ଦୁଷ୍ଟ ଓ ଖଳ ପ୍ରକୃତିର ଲୋକମାନଙ୍କୁ ଦେଖିବାକୁ ମିଳିଛି | ପାଦୃଭାବ ବଡ଼ିଛି ଯାହାକି ଗଞ୍ଜାମ ଜିଲ୍ଲାରୁ ଆସି ବିଭିନ୍ନ ଅଞ୍ଚଳରେ ଏକ ହାହା କାର ସୃଷ୍ଟି କରୁଛନ୍ତି | ଗତ କାଲି ବିଳମ୍ବିତ ରାତିରେ ଏକ ଗେଙ୍ଗ ମୋହନା ଅଞ୍ଚଳକୁ ଆସି ସୀଙ୍କୁଳିପଦର ଅଞ୍ଚଳରେ ପଥରଗୋଡ଼ ବୁଲାଣିରେ ଏକ ବାଇକକୁ ଅଟକାଇ ଖଣ୍ଡା ଦେଖାଇ୧୮ ହଜାର ଟଙ୍କା, ମୋବାଇଲ, ଏଟିଏମ ଆଦି ଜୋର ଜବର ଦସ୍ତ କରି ଲୋକଟିକୁ ଡରାଇ ଧମକାଇ ତା ଠାରୁ ନେଇ ଯାଇଥିଲେ | ଗାଡ଼ି ନଂ ଓଡ଼ି୦୭ଏସ୧୮୬୫ ଲୁଟି ନେଵାସହ ମାଡ଼ ମାରିଛନ୍ତି | ସେମାନେ ହେଲେ ରା,ଉଦୟଗିରି, ଅଞ୍ଚଳର ତ୍ରିଲୋଚନ ଭୁନିଆଁ ଓ ତାଙ୍କ ସାଙ୍ଗ ଜଳେଶ୍ୱର ରଇତ ସେହିପରି ତଲାସିଙ୍ଗିଗାଁ ରେ ରାତି ଗୋଟେ ବେଳେ ଏକ ଘର ବାରି ପଟେ ପଶି କବାଟ ବାଡେଇ କବାଟ ଭାଙ୍ଗି ବାରିପଟୁ ପଶି ଖଣ୍ଡା ଓ ବନ୍ଧୁକ ଦେଖାଇ ଦୁଇତୁଳା ସୁନା, ଗହଣା, କାନ ଫୁଲ, ମଙ୍ଗଳସୂତ୍ର ଭଳି ସୁନା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି | ଡକାୟତ ଗେଙ୍ଗ ଉକ୍ତ ଘର ର ତୁଳସାନାୟକ ନିଜ ସ୍ୱାମୀଙ୍କ ଦେହ ସୁସ୍ଥ ନିମନ୍ତେ ଲୋକଙ୍କୁ ମାଗି କିଛି ଟଙ୍କା ରଖିଥିଲେ | ସ୍ୱାମୀଙ୍କୁ ଭଲ କରିବା ପାଇଁ ଯେଉଁ ଟଙ୍କା ରଖିଥିଲେ ତାହା ସବୁ ଲୁଟେରା ମାନେ ନେଇଯାଇଛନ୍ତି | ନିଜ ସ୍ୱାମୀଙ୍କୁ ଭଲ କରିବା ତାଙ୍କର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି | ଦୁଇ ଜଣ ଆଜି ମୋହନା ଥାନାରେ ଅଭିଯୋଗ କରିଛନ୍ତି ଏହି ଘଟଣା ଶୁଣିବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ତଦନ୍ତ ଆରମ୍ଭ କରିଦେଇଛନ୍ତି ଏବଂ ଯଥା ଶୀଘ୍ର ଏହି ଗେଙ୍ଗକୁ ଗିରଫ କରାଯିବ ବୋଲି କହିଛନ୍ତି |