ମୋହନା ଅଞ୍ଚଳରେ ଫେସବୁକ ମେସେଜ ଭୟ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରେ ଆଗରୁ ବ୍ୟାଙ୍କରୁ ଟଙ୍କା ଲୁଟିବା ପାଇଁ ସାଇବର କ୍ରାଇମ ଚାଲୁଥିଲା | ଏହାକୁ ରୋକିବା ପାଇଁ ପୂର୍ବତ୍ତନ ଏସପି ସାରା ଶର୍ମା ଏକ ପଥପାନ୍ତ ନାଟକ ମାଧ୍ୟମ ରେ ସଚେତନ କରିଥିଲେ | ବର୍ତ୍ତମାନ ମୋହନା ଅଞ୍ଚଳ ରେ କିଛି ଲୋକଙ୍କ ଫେସବୁକକୁ ହେକ କରି ମେସେଞ୍ଜର ର ମାଧ୍ୟମ ରେ ସମସ୍ତ ସାଙ୍ଗ ମାନଙ୍କୁ ପ୍ରଥେମେ ହିନ୍ଦୀରେ ଶୁଭ ସକାଳ ଲେଖିବା ପରେ ଅନୁରୋଧ କରି ଗୁଗୁଲପେ
ନଚେତ ଫୋନପେ ରେ ଟଙ୍କା ମାଗୁଛନ୍ତି | ଏହା ପରେ ପୁଣି ଲେଖି ପଠାଉଛନ୍ତି ତୁରନ୍ତ ଦରକାର ଅଛି ପଠେଇ ଦିଅ ଏହାକୁ ଦେଖି ଭୟ କରୁଛନ୍ତି ଅଞ୍ଚଳ ବାସୀ, ମୋହନା ରେ ପ୍ରାୟ ୩ରୁ ଉର୍ଦ୍ଧ ଲୋକଙ୍କ ଫେସବୁକ ହେକ କରିବା ସହ ମେସେଜ ହଜାର ରୁ ଉର୍ଦ୍ଧ ଲୋକଙ୍କୁ ଯାଇଛି | ଏ ବିଷୟ ରେ ମୋହନା ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ଭୟ ନ କରି ନିଜ ଫେସବୁକ କୁ ବନ୍ଦ କରନ୍ତୁ ଏବଂ ଅଚିହ୍ନା ଲୋକଙ୍କୁ ସାଙ୍ଗ ନ କରିବା ସହ ନିଜ ବ୍ୟାଙ୍କ ନଂ ଓ ଟଙ୍କା ପଠାନ୍ତୁ ନାହିଁ |