ମୋହନା ଅଞ୍ଚଳ ରେ କାୟା ବିସ୍ତାର କରୁଛି ମିଳିମିଳା
ମୋହନା, (ଅଂଶୁମାନ ପଣ୍ଡା):ବସନ୍ତ ଋତୁ ର ଆଗମନ ରେ ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳ ରେ ମିଳିମିଳା ରୋଗ କାୟା ବିସ୍ତାର କରିବାରେ ଲାଗିଛି l ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ୧୭ ସ୍କୁଲ ଛାତ୍ର ଛାତ୍ରୀ ସମେତ ଗ୍ରାମ ର ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି l ଯେହେତୁ କି ସ୍କୁଲ ଛାତ୍ର ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ତେଣୁ ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ କାରଣ ମିଳିମିଳା ଏକ ଡିଆଁ ରୋଗ ହୋଇଥିବା ବେଳେ ଆକ୍ରାନ୍ତ ଛାତ୍ର ଛାତ୍ରୀ ଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ମଧ୍ୟ ମିଳିମିଳା ଆକ୍ରାନ୍ତ ହୋଇପାରନ୍ତି l ଅନ୍ୟପଟେ ଆଦିବାସୀ ଶ୍ରେଣୀ ର ଲୋକେ ମିଳିମିଳା କୁ ଗ୍ରାମ ଠାକୁରାଣୀ ( ମାହାପୁରୁ ) ଲାଗିଥିବା ର ଆକ୍ଷା ଦେଇ ଚିକିଛା ଛାଡି ଝାଡଫୁଙ୍କ ରେ ଲାଗିପଡିଥାନ୍ତି l ତେଣୁ ଗ୍ରାମ ଗୁଡିକ ରେ ସଚେତନତା କରିବା ର ଆବଶ୍ୟକତା ମଧ୍ୟ ରହିଛି l ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକୀୟ ଚିକିଛା ଯୋଗାଇଦେଲେ ଏହି ମିଳିମିଳା ରୋଗ ବ୍ୟାପିବା ବନ୍ଦ ହେବ ନତୁବା ଏହା ନିଜର କାୟା ବିସ୍ତାର କରି ଚାଲିବ l ତେଵେ ଏକ ସ୍ୱାସ୍ଥ୍ୟ ଟିମ୍ ଡାକ୍ତର ଗୋପାଳ କୃଷ୍ଣ ସାହୁ ଙ୍କ ନିର୍ଦେଶ ରେ ଖଜୁରୀପଦା ଗସ୍ତ କରି ଚିକିତ୍ସା ଆରମ୍ଭ କରିଥିବା ସୂଚନା ମିଳିଛି l


