ମୋହନା କୋଭିଡ ଟିକା ନେଲେ ବୃଦ୍ଧ ଓ ବୃଦ୍ଧା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଜିଲ୍ଲାପାଳ ଅନୁପମ ସାହା ଗତକାଲି ବୈଜଷ୍ଠ୍ୟ ମାନଙ୍କ ପାଇଁ ଗତକାଲି କୋଭିଡ ଟିକା ନିମନ୍ତେ ସୁଭାରମ୍ଭ କରିଛନ୍ତି । ଏହାକୁ ନେଇ ପ୍ରଥମେ କୋଭିଡ ଯୋଦ୍ଧାମାନେ ଟିକା ନେବା ପରେ ବୃଦ୍ଧ/ବୃଦ୍ଧା ମାନଙ୍କୁ ଟିକାକରଣ କରାଯାଇଛି ଏହି ଟିକା କରଣ ମୋହନା ମେଡିକାଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ୩ ଦିନ ଧରି ଏହି ଟିକା ପ୍ରଦାନ କରାଯିବ । ଗୋଟିଏ ଦିନ ଛାଡି ଗୋଟିଏ ଦିନ ଏହି ଟିକା କରଣ କରାଯିବ ପ୍ରଥମ ଦିନରେ ୧୦୦ ଜଣ ଟିକା ନେଇଥିବା ବେଳେ ଅନ୍ୟମାନଙ୍କୁ ଆଗାମୀ ଦିନରେ ଟିକା କରଣ କରାଯିବ । ଟିକାନେଇ ସମସ୍ତେ ସୁସ୍ଥ ଥିବା ମେଡିକାଲ ଅଧିକାରିଣୀ ନମିତା ପଣ୍ଡା ସୂଚନା ଦେଇଛନ୍ତି । ଏହି ଟିକା କରଣ ସମୟରେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ଜୟ ପଣ୍ଡା, ଡାକ୍ତର ଗୋପାଳ କୃଷ୍ଣ ସାହୁ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ