ମୋହନା ଗ୍ରସ୍ଥ ରେ ବିଜେପି ରାଜ୍ୟ ପ୍ରଭାରୀ ଓ କେନ୍ଦ୍ର ସମ୍ପାଦକ
ମୋହନା, (ଅଂଶୁମାନ ପଣ୍ଡା) :-ପଂଚୟତ ନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଲଢେ଼ଇ ଆରମ୍ବ ହୋଇଥିବା ବେଳେ କିଏ କାହାକୁ କମ ନୁହନ୍ତି ମୋହନା ନିର୍ବାଚନ ମଣ୍ଡଳୀ ରେ ନିଜ ଗଡ଼ ଜିତିବା ପାଇଁ ବିଜେଡି ବିଜେପି କଂଗ୍ରେସ ନିଜ ର ପ୍ରଚାର ପ୍ରସାର ଜୋର ଧରିଛନ୍ତି I ଅନ୍ୟ ପଟେ ବିଜେଡି ର ରାଜ୍ୟ ରୁ ବହୁ ନେତା ଆସି ଡେରା ମାରିଥିବା ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ବିଧାୟକ ମଧ୍ୟ ନିଜ ପାର୍ଥି ପାଇଁ ପ୍ରଚାର ଆରମ୍ବ କରିଛନ୍ତି I ହେଲେ ବିଜେପି ର ରାଜ୍ୟ ପ୍ରଭାରୀ ମାନସ ମହାନ୍ତି ଓ କେନ୍ଦ୍ର ସମ୍ପାଦକ ଡି ପୁରେନ୍ଦଶ୍ୱରୀ ମୋହନା ଜୋନ ନଂ୯କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ I ସେଠି ବିଜେପି ର ଜିଲ୍ଲା ପରିଷଦ ପାର୍ଥିନୀ ସସ୍ମିତା ମଲିକ, ଆର ଉଦୟଗିରି ଜୋନ ଜିଲ୍ଲା ପରିଷଦ ପାର୍ଥିନୀ ମମତା ଗିରି ଚନ୍ଦ୍ରଗିରି ଜିଲ୍ଲା ପରିଷଦ ପାର୍ଥିବିଶ୍ୱନାଥ ବିଷେଇରତ୍ନ ଓ ବିଜେପି କର୍ମୀମାନେ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଓ ଉପଢ଼ାଙ୍କୁଣୀ ଦେଇ ସ୍ୱାଗତ କରିଥିଲେ I ଏହି ଗ୍ରସ୍ଥ ରେ କର୍ମୀମାନ ଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ I ସେଠୁ ଅଡ଼ବା ଜୋନ ଗସ୍ଥ କରିଥିଲେ ଏହି ଗସ୍ଥ ସମୟରେ ଜିଲ୍ଲା ଉପସଭାପତି ବାପୁନି ସୁଆର, ସହସମ୍ପଦକ କାମଦେବ ବଡ଼ନାୟକ,ସତ୍ୟ ଦଣ୍ଡସେନା, ପ୍ରଭାତ ପାତ୍ର, ସୁଧୀର ପାଇକ, ମନୋଜ ସାହୁ, ବ୍ରହ୍ମା ଶଙ୍କର ସାହୁ, ଜିତୁ ବିଷେଇରତ୍ନ, ମାନସ ପଟ୍ଟନାୟକ, ସମେତ ବହୁ ବିଜେପି କର୍ମୀ ଉଦୟଗିରି ମୋହନା ଚନ୍ଦ୍ରଗିରି ର ଉପସ୍ଥିତ ରହିଥିଲେ I


