ମୋହନା ଜେଏମଏଫସି କୋର୍ଟରେ ଆଜି ଠାରୁ କାର୍ଯ୍ୟା ଆରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ଠାରେ ଗତ ଡିସେମ୍ବର ୧୨ତାରିଖରେ ଉଦ୍‌ଘାଟନ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ(ଜେଏମ୍‌ଏଫ୍‌ସି)ଆଜି ଠାରୁ କାର୍ଯ୍ୟାରମ୍ଭ ହୋଇଥିବା ଜଣାଯାଇଛି । ଏଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି  ଭାବେ ପ୍ରଥମ ଥର ପାଇଁ ଜେଏମ୍‌ଏଫ୍‌ସି ଅନନ୍ୟା ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଜି ଠାରୁ ମୋହନାରେ ଏହି ଜେଏମ୍‌ଏଫ୍‌ସି କୋର୍ଟ କାର୍ଯ୍ୟାରମ୍ଭ କରିଥିବା ଯୋଗୁଁ ମୋହନା ଅଞ୍ଚଳର ସର୍ବସାଧାରଣଙ୍କ ଠାରେ ବେଶ୍ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ