ମୋହନା ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ମୌଳିକ ସୁବିଧା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ଗୁଡିକର ଡିମିଡିମା ପିଟୁଥିବା ବେଳେ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧାରିବାତ ଭିନ୍ନ କଥା କିନ୍ତୁ ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୌଳିକସୁବିଧା ମଧ୍ୟ ପାଉନଥିବା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ରୋଗୀ ଅଭିଯୋଗ କରିଛନ୍ତି. ଆଗାମୀ ୩୦ ଦିନ ମଧ୍ୟରେ ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟସେବାଜନିତ ସୁବିଧା ସୁଯୋଗ ପ୍ରଦାନ ନ କଲେ ଲୋକେ ଦାବି ହାସଲ ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ବାଧ୍ୟ ହେବେ ବୋଲି ଅଞ୍ଚଳବାସୀ ଜଣାଇଛନ୍ତି. ମୋହନା ବ୍ଳକ ଡମ୍ବଗୁଡା ଗ୍ରାମର ସ୍ବେଛାସେବୀ ଆହ୍ବିନ ନାୟକ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ପାନୀୟଜଳ ସୁବିଧା ନାହିଁ, ପୁରୁଷ ଶୌଚାଳୟ ଥାଇ ସୁଦ୍ଧା ତାଲା ପଡିଛି, ଆବଶ୍ୟକ ଅନୁଯାଇ ରୋଗୀଙ୍କ ପାଇଁ ବେଡ ର ସୁବିଧା ନାହିଁ, କର୍ମଚାରୀଙ୍କ ପାଇଁ ସୁବିଧା ନାହିଁ ଏବଂ ଅନେକ ସମସ୍ୟାର ସମ୍ମଖୀନ ହେଉଛନ୍ତି ରୋଗୀ ଓ କର୍ମଚାରୀ।ଏହି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ବିଡିଓ ହଳଧର ଶବରଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ସମସ୍ୟା ୩୦ ଦିନ ମଧ୍ୟରେ ସମାଧାନ ନହୁଏ ତାହା ହେଲେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।