ମୋହନା ତହସିଲ ପରିସରରେ ମିଳୁନି ଷ୍ଟାମ୍ପ ପେପର;ଚଢା ଦରରେ ବାହାରେ ବିକ୍ରି
ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ଗରିବଙ୍କ ସୁବିଧା ଯୋଗାଇବାରେ ବହୁ ଯୋଜନା ଜାରି ରଖିଛନ୍ତି । ଏପରିକି ସରକାରଙ୍କ ୫-ଟି ମଧ୍ୟରେ ମୋ ସରକାର ଅଭିଯୋଗ କେନ୍ଦ୍ର ଖୋଲିଛନ୍ତି । ଏହାର ଅବିକଳ ମୋହନା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁଛି । ମୋହନା ବ୍ଳକ ୩୯ଟି ପଚାଂୟତ ବହୁ ଦୁର ଦୁରାନ୍ତରୁ ପଚାଂୟତ ବାସି ନିଜର ଜମି ପଟା କିଣା ବିକା, ବିଭିନ୍ନ ଦରକାରୀ କାମରେ ଆସୁଥିବା ଷ୍ଟାମ୍ପ ପେପର କିଣିବା ପାଇଁ ତହସିଲ କାର୍ଯ୍ୟାଳୟ ପରିସରକୁ ଯାଉଥିଲେ ମଧ୍ୟ ସେମାନଙ୍କୁ ମିଳି ପାରୁନାହିଁ ଷ୍ଟାମ୍ପ । ମୋହନାରେ ତହସିଲ ପାଶ୍ୱର୍ରେ ହିଁ ରହିଛି ବିଚାର ବିଭାଗୀୟ କାର୍ଯ୍ୟାଳୟ । ହେଲେ ଅତି ଆବଶ୍ୟକ ପଡିଲେ ଏକ ଷ୍ଟାମ୍ପ ପେପର ଖଣ୍ଡେ ମଧ୍ୟ ମିଳୁନି । ଯେଉଁ ବ୍ୟକ୍ତି ଏହି ଷ୍ଟାମ୍ପ ପେପର ବିକ୍ରି କରିବା ପାଇଁ ପ୍ରମାଣ ପାଇଛନ୍ତି ସେ ସରକାରଙ୍କ ନିୟମ ମୁତାବକ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ନରହି ବାହାରେ ଦୋକାନ କରି ଚଢା ଦରରେ ବିକ୍ରି କରୁଛନ୍ତି ଯାହାକି ଗୋଟିଏ ଷ୍ଟାମ୍ପ ପେପର ମୁଲ୍ୟ ୧୦୦ ଟଙ୍କା ଥିବା ବେଳେ ସେ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି । ଏପିରିକି ବିଭିନ୍ନ ଷ୍ଟାମ୍ପ ଗୁଡିକରେ ୨୦ ରୁ ୨୫ ଟଙ୍କା ଚଢା ଦରରେ ନେଉଛନ୍ତି | ଗରିବ ଲୋକେ ବହୁ ଦୁର ଦରାନ୍ତରୁ ଆସି ଚଢା ଦରରେ କିଣି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀଙ୍କୁ ଅଭିଯୋଗ ହେବା ପରେ ସେ ଉକ୍ତ ବ୍ୟବସାୟୀଙ୍କୁ ତହସିଲ ପରିସରରେ ବିକ୍ରି କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ତହସିଲଦାରଙ୍କ ନିର୍ଦ୍ଧେଶକୁ ଅବମାନନା କରି ବାହାରେ ଚଢା ଦରରେ ବିକ୍ରି କରୁଛନ୍ତି । ଏହି ବିଷୟରେ ମୋହନା ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ କହିଛନ୍ତି ସରକାର ସବୁ ସୁବିଧା ଯୋଗାଇ ଛନ୍ତି କିନ୍ତୁ ଗରିବ ଲୋକଟି ଷ୍ଟାମ୍ପ ପେପର ଖଣ୍ଡେ କିଣିବାକୁ ହେଲେ ବହୁ ଖୋଜା ଖୋଜି କରି ଚଢା ଦରରେ କିଣିବାକୁ ପଢୁଛି ତେଣୁ ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ବ୍ୟବସାୟୀ ତହସିଲ ପରିସରରେ ରହିବା ଆବଶ୍ୟକ ନଚେତ ତାଙ୍କରି ପ୍ରମାଣ ପତ୍ର ରଦ୍ଧ କରି ଅନ୍ୟ ୨ ରୁ ୩ ଜଣଙ୍କୁ ଷ୍ଟାମ୍ପ ବ୍ୟବାସାୟ ଅନୁମତି ଦେଲେ ସମସ୍ତ ଜନସାଧାରଣ ଉପକୃତ ହୁଅନ୍ତେ । ଏ ବିଷୟରେ ମୋହନା ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୨ମାସ ପୂର୍ବରୁ ତାଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା ତହସିଲ ପରିସରରେ ବିକ୍ରି କରିବା ପାଇଁ କିନ୍ତୁ ସେ ବର୍ତମାନ ସୁଦ୍ଧା ବିକ୍ରି କରୁନାହାନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଆମେ ତାଙ୍କୁ ଏକ ଚିଠି କରିବୁ ସେ ସେହି ନିୟମ ଅନୁଯାୟୀ ଯଦି ତହସିଲ ପରିସରରେ ବିକ୍ରି ନକରନ୍ତି ତାହା ହେଲେ ଆଇନ ଅନୁସାରେ ଦଣ୍ଡିତ ହେବେ ।