ମୋହନା ଥାନାରେ ନୂତନ ଭାରତର ନୂତନ ଆଇନ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନାରେ ନୂତନ ଭାରତର ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ବସନ୍ତ ସେଠିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆର.ଉଦୟଗିରି ଏସଡ଼ିପିଓ ଅଶ୍ୱିନୀ ନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମୋହନା କୋର୍ଟର ଏପିପି ଆଦିତ୍ୟ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ପ୍ରଣୟନ ହୋଇଥିବା ନୂତନ ଅପରାଧିକ ଆଇନ ଉପରେ କହିଥିଲେ l ସମ୍ମାନିତ ଅତିଥି ଭାବେ ମୋହନା ଓକିଲ ସଂଘ ସଭାପତି ସନ୍ତୋଷ ପାଢ଼ୀ, ଉପ ସଭାପତି ସିମାଞ୍ଚଳ କାର୍ଜି, ଶିକ୍ଷାବିତ ମଧୁସୂଦନ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l ଇଂରେଜ ଶାସନ ଅମଳରେ ପ୍ରଣୟନ ହୋଇଥିବା ଆଇପିସି, ସିଆରପିସି ଓ ଆଇଏଏ ବଦଳରେ ବର୍ତମାନ ସରକାର ବିଏନଏସ, ବିଏନଏସଏସ ଓ ବିଏସଏ ଲାଗୁ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ନୂତନ ଆଇନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି l କାର୍ଯ୍ୟକ୍ରମ କୁ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଆଇନଜୀବି, ବରିଷ୍ଠ ନାଗରିକ, କଲେଜ ଛାତ୍ରୀ ଓ ମହିଳା ଯୋଗଦେଇଥିଲେ l