ମୋହନା ଥାନା ଜାଲରେ ପୁଣି ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ
ମୋହନା,(ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ବର୍ତମାନ ଚାଲିଛି ଜିଲ୍ଲାରେ ଅବକାରୀ ରାଜସ୍ୱ ବିଭାଗ ପୁଲିସ ମିଳିତରେ ଗଞ୍ଜେଇ କଟା ଦମନ । କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରୁଥିବା ବେଳେ ଏହାର ସୁବିଧା ସୁଯୋଗ ଦେଖି ଅନ୍ତରାଜ୍ୟ ଗଞ୍ଜେଇ ମାଫିଆମାନେ ରାତା ରାତି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବାରେ ସଫଳ ହେଉଥିବା ବେଳେ ଅନେକ ସ୍ଥାନରେ ଧରା ମଧ୍ୟ ପଡୁଛି । ଏବେ କିଛି ଦିନ ହେଲା ମୋହନା ଅଡବା ଥାନାରେ ଗଞ୍ଜେଇ ଗାଡି ଛାଡି ଅଭିଯୁକ୍ତ ଫେରାର ହୋଇଛନ୍ତି । ଯାହାରି ଫଳରେ ଏସପିଙ୍କ ନିର୍ଦ୍ଧେଶକ୍ରମେ ରାତି ଦିନ ପେଟ୍ରୋଲିଂ କଡାକଡି ଭାବେ ଜାରି ରହିଛି । ଶୁକ୍ରବାର ଦିନ ଭୋରୁ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ୱବଧାନରେ କମଳାପୁର ଗେଟ ନିକଟରେ ଗାଡି ଯାଂଚ ଚାଲିଥିବା ବେଳେ ଏସଆଇ ପିଙ୍କି ମୁର୍ମୁ ଓ ତାଙ୍କ ଟିମ୍ ଗାଡି ଅଟକାଇ ଯାଂଚ କରୁଥିବା ବେଳେ ଏକ ଟ୍ରକ ନଂ (JH 02 M 7976) କୁ ଅଟକାଇ ଯାଂଚ କରୁଥିବା ବେଳେ ସେଥିରୁ ଗଞ୍ଜେଇ ଥିବା ଦେଖି ଅଧିକାରୀଙ୍କୁ ଜଣାଇଥିଲେ ଯାହାରି ଫଳରେ ଅତିରିକ୍ତ ତହସିଲଦାର ଆଶିସ୍ କୁମାର ପ୍ରଧାନଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୫ କୁଇଂଟାଲ ୪୯ କେଜି ଗଞ୍ଜେଇ ହୋଇଥିଲା । ଏହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ । ଏଥିରେ ସମ୍ପୃକ୍ତ ଥିବା ଅନ୍ତଃରାଜ୍ୟ ମାଫିଆ ଲୁଲୁ କୁମାର ଯାଦବ (୨୫) କୁ ଗିରଫ କରିଛି ମୋହନା ପୁଲିସ । ଏହି ଗଞ୍ଜେଇ ଚାନ୍ଦିପୁଟ ଅଚଂଳରୁ ବିହାରର ପାଟଣାକୁ ଚାଲାଣ ହେଉଥିବା ଗଞ୍ଜେଇ ମାଫିଆ କହିଛନ୍ତି ।


