ମୋହନା ଦୃଷ୍ଟିହୀନ ବଧିର ବିଦ୍ୟାଳୟ ଅବ୍ୟବସ୍ଥା, ପିଲାଙ୍କୁ ନେଇଗଲେ ଅଭିଭାବକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଠାରେ ଥିବା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ଘରୋଇ ବିଦ୍ୟାଳୟରେ ପରିଚାଳକଙ୍କ ବିଭିନ୍ନ ଦୁର୍ନୀତି ଓ ସରକାରୀ ଅନୁଦାନକୁ ହଡପ କରୁଥିବା ଯୋଗୁଁ ବିଦ୍ୟାଳୟଟି ଘୋର ଅବ୍ୟବସ୍ଥା ମଧ୍ୟରେ ରହିଥିବା ଅଭିଯୋଗ କରି ଅଭିଭାବକମାନେ ସେମାନଙ୍କ ସନ୍ତାନ ସନ୍ତିତକୁ ବିଦ୍ୟାଳୟରୁ ନିଜ ଘରକୁ ନେଇ ଯାଇଥିବା ଜଣା ପଡିଛି. ସୂଚନାଯୋଗ୍ୟଯେ,ଗଜପତି ଜିଲ୍ଲା ମୋହନା ଠାରେ ଥିବା ମହାକାଳା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟଟି କେନ୍ଦ୍ର ଅନୁଦାନ ରାଶିରେ ଏକ ଏନ୍ଜିଓ ଦ୍ବାରା ପରିଚାଳିତ. ଏହି ବିଦ୍ୟାଳୟଟି ବହୁ ପୁରୁଣା । ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରନ୍ତି. ହେଲେ କିଛିବର୍ଷ ହେଲା ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିଛି ବିଦ୍ୟାଳୟରେ ମୋଟ ୬୪ ଜଣ ଦିବ୍ୟାଙ୍ଗ ରହୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ପଦବି ଦୁର୍ଘବର୍ଷ ହେଲା ଖାଲି ପଡ଼ିଛି ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାସିକ ପ୍ରାପ୍ୟ ଠିକ୍ ଭାବେ ନ ମିଳିବାରୁ ସେମାନେ ବିଦ୍ୟାଳୟ ଛାଡି ଚାଲି ଯାଇଛନ୍ତି। ଏଣୁ ପାଠ ପଢିବା ବଦଳରେ ବର୍ତ୍ତମାନ ଟିଭି ଦେଖି ସମୟ କଟାଯାଉଛି ଖାଇବାକୁ ମଧ୍ୟ ଠିକ୍ ଭାବରେ ଦିଆ ଯାଉନାହିଁ. ବିଦ୍ୟାଳୟର ସଭାନେତ୍ରୀ ଅଛନ୍ତି. ପୂର୍ବତନ ବିଧାୟିକା ବାସନ୍ତି ମଲ୍ଲିକ । ସମ୍ପାଦକ ଭାବେ ଡିଜେଡିର ଜିଲ୍ଲା ଉପସଭାପତି ଦଣ୍ଡାମି ସାହୁ ଦାୟିତ୍ଵ ସମ୍ପାଦନ କରୁଛନ୍ତି. କିଛି ଦିନ ତଳେ ଅଭିଭାବକମାନେ ବୈଠକରେ ସମ୍ପାଦକ ଶ୍ରୀ ସାହୁଙ୍କୁ ଶିକ୍ଷକ ନାହାରି ପିଲା କିପରି ପାଠ ପଡ଼ିବେ ବୋଲି ପ୍ରଶ୍ନ କରିଥିଲେ ଏହାର କୌଣସି ଉତ୍ତର ନ ପାଇବା ଫଳରେ ଗତ ମଙ୍ଗଳବାର ମଧ୍ୟାହ୍ନରେ ବିଦ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ପାଞ୍ଚଦିନ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରା ନିଯୁକ୍ତି ନ ହେଲେ ପିଲାଙ୍କୁ ଭବିଷ୍ୟତ ଅନ୍ଧାର କରିବା ଅପେକ୍ଷା ଘରକୁ ନେଇଯିବୁ ବୋଲି କହିଥିଲେ। ଏଥିସହ ଅନୁଷ୍ଠାନରେ ତାଲା ପକାଇ ଦେବା ମଧ୍ୟ ଚେତାଚନା ଦେଇଥିଲେ. ପାଞ୍ଚ ଦିନ ପରେ ସେମାନଙ୍କ ଅଭିଯୋଗର କୌଣସି ସମାଧାନ ନ ଚାହାରିଥିବା ଦେଖି ବାଧ୍ୟ ହୋଇ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ନିଜ ନିଜ ଘରକୁ ନେଇ ଯାଉଥିବା ପ୍ରକାଶ କରିଛନ୍ତି. ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଏତେ ଦିନ ଧରି ଶିକ୍ଷକ ଶିକ୍ଷୟିତ୍ରୀ ନାନାରି, ତେବେ ସେଥିପାଇଁ ଆସୁଥିବା ଅନୁଦାନ ରାଶି ଗଲା କୁଆଡ଼େ ? ଘଟଣା ନେଇ ଉଚ୍ଚସ୍ତରୀୟ ଭିଜିଲାନ୍ସ ଓ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ସର୍ବସାଧାରଣରେ ଦାବି ହୋଇଛି.