ମୋହନା ପଂଚାୟତ ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ
ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ର ସରକାର ଙ୍କ ଅଭାନ କ୍ରମେ ପ୍ରତେକ ସ୍ୱଚ୍ଚଭାରତ ଅଭିଯାନ ଆରମ୍ଭ ହୋଇଥିଲା ଯାହା ଦ୍ୱାରା ଗାଁ ଠାରୁ ସହର କୁ ସ୍ୱଚ୍ଚ ଓ ସଫା ସୁତୁରା ରଖିବା ଆବଶ୍ୟକ ବୋଲି ଗାନ୍ଧିଜୀ ଦିନେ କହିଥିଲେ ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ନିର୍ଦେଶ ରେ ପ୍ରତେକ ରାଜ୍ୟ ଗାନ୍ଧୀ ଜୟନ୍ତୀ ପାଳନ କରିଥିଲା ସ୍ୱଚ୍ଛ ଭାରତ ଅଭିଯାନ ହେଲେ ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ପୁଣି ଏବେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଛି ଯାହାକି ମୋହନା ବ୍ଲକ ର ସ୍ଥାନୀୟ ପଂଚାୟତ ରେ ବୁଧୁବାର ଦିନ ସକାଳୁ ପଂଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ବର ଭୂଇଁଆଁ, ସରପଞ୍ଚ ସୁନୀତା ମଲିକ, ଅଙ୍ଗନୱାଡ଼ି କର୍ମୀ ମହିଳା ମଣ୍ଡଳ, ୱାଡ଼ ସଭ୍ୟା ସଭ୍ୟ, ସଫେଇ କର୍ମଚାରୀ ଉପସ୍ଥିତ ରେ କୋର୍ଟ ପରିସ୍ଵରରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ପ୍ରତେକ ଦୀନ ମୋହନା ବଜାର କୁ ସ୍ୱଚ୍ଛତା ହିଁ ସେବା ଯୋଗାଇବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଭୂଇଁଅଁ କହିଛନ୍ତି


