ମୋହନା ବିଧାନସଭା ଆସନରେ ନୋଟାରେ ୪ ହଜାରରୁ ଅଧିକ ଭୋଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରେ ଚଳିତ ଥର ନୋଟାରେ ୪ ହଜାରରୁ ଉର୍ଦ୍ଧ ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି. ଏଠାରେ ସୂଚନାଯୋଗ୍ୟଯେ, ସମସ୍ତ ୩୦ ରାଉଣ୍ଡ ଗଣତି ସୁଦ୍ଧା ୬୧୮୧୮ ଖଣ୍ଡ ଭୋଟ ପାଇ ମୋହନା ବିଧାନସଭା ଆସନରୁ ଦ୍ବିତୀୟବାର କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ଠାରୁ ୪୨୮୧ ଭୋଟ ବ୍ୟବଧାନରେବିଜୟୀ ଘୋଷିତ ହୋଇଛନ୍ତି । ୪୭୧୦୫ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଅନ୍ତର୍ଯାମୀ ଗମାଙ୍ଗ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ତେବେ ସବୁଠାରୁ ବ୍ୟତିକ୍ରମ ହେଲା ସମସ୍ତ ସ୍ବାଧୀନ ପ୍ରାର୍ଥୀଙ୍କୁ ପଛକୁ ଠେଲି ଦେଇ ନୋଟା ରହିଛି ଚତୁର୍ଥ ସ୍ଥାନରେ। ବିଜୟୀ ପ୍ରାର୍ଥୀଙ୍କ ନିଜ ନିକଟତମ ପ୍ରତିଦ୍ଵନ୍ଦୀଠାରୁ ଭୋଟ ବ୍ୟବଧାନ ଯେତିକି ଥିଲା, ସେତିକି ଭୋଟ ୪୨୮୮ ଖଣ୍ଡ ଭୋଟ ନୋଟାକୁ ଯାଇଛି । ଅର୍ଥାତ ଏତିକି ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି କିମ୍ବା ଅଜ୍ଞାନତାବଶତଃ ଭୁଲରେ ନୋଟାରେ ଦେଇଛନ୍ତି । ଏତିକି ଭୋଟ ଯଦି କୌଣସି ପ୍ରାର୍ଥୀଙ୍କୁ ମିଳିଥାନ୍ତା ତେବେ ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ