ମୋହନା ବ୍ଲକରେ ବୃତ୍ତି ପରିକ୍ଷାରେ ଉତୀର୍ଣ୍ଣ ହେଲେ ୨୮ଜଣ ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକରେ ଚଳିତବର୍ଷ ୨୦୨୧-୨୨ ପାଇଁ ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବୃତ୍ତି ପରୀକ୍ଷା । ଏଥିରେ ବ୍ଳକର ଅନେକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ସେଥିମଧ୍ୟରୁ ବ୍ଳକରେ ରହିଥିବା ବହୁ ସଂଖ୍ୟକ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀର ମୋଟ ୨୨ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସ୍ଥାନୀୟ ଶିଶୁ ମନ୍ଦିରରେ ପାଠ ପଢ଼ୁଥିବା ପଞ୍ଚମ ଶ୍ରେଣୀର ୨ଜଣ, ତୃତୀୟ ଶ୍ରେଣୀର ୩ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।


