ମୋହନା ବ୍ଲକରେ ସ୍ବର୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶୋକ ସଭା

ମୋହନା, (ଅଂଶୁମାନ ପଣ୍ଡା):ମାନ୍ୟବର ଓଡ଼ିଶାର ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଗୁଳି ମାଡ଼ ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦୀନ ମୋହନା ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ରଞ୍ଜୀବ ଶବରଙ୍କ ସଭାପତିତ୍ବ ରେ ଆୟୋଜିତ ଶୋକ ସଭା ମୋହନା ବ୍ଲକ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମୃତ୍ୟୁ ମନ୍ତ୍ରୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଧୂପ ପ୍ରଜ୍ବଳନ କରିଥିଲେ ରଞ୍ଜୀବ ଶବର ଏବଂ ଦଳ ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରେ ମୋହନା ବ୍ଲକର ବିଜେଡିର ବରିଷ୍ଠ ଲିଡର ତଥା ଆଦିବାସି ନେତା ଶ୍ରୀ ହାଡ଼ିଆ କନ୍ଧ ସ୍ବର୍ଗତ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁ ଆତ୍ମା ର ସଦଗତି କାମନା କରିବା ସହ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ। ଶ୍ରୀମତି ବାଲ୍ମିନା ଅଧିକାରୀ, ଶ୍ରୀ ବିଳାସ ନାୟକ, ଗୋପୀନାଥ ବସ୍ତରାଏ, ଅମିତ ନାୟକ, ପ୍ରଶାନ୍ତ ନାୟକ, ଦେବାନନ୍ଦ ନାୟକ , ନରତମ ପାତ୍ର,ସରୋଜ ପଟ୍ଟନାୟ, କାହୁଁ ପାଢ଼ୀ, ରାଜୀବ ମଳିକ,କଲବା ମଳିକ, ମହିଳା ସଭାପତି ଝୁମୁରୀ ବୀର, ନାରୀ ନେତ୍ରୀ ସୁନୀତା ଦଳବେହେରା, ଚନ୍ଦ୍ରକଳା ମଳିକ,ମମତା ମଳିକ , ବାଲିମା ଶବର, ଅନୁକ ଶବର, ହାଡ଼ି ବନ୍ଧୁ ନାୟକ, ସୋମନାଥ ଶବର ସମେତ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥାଇ ସ୍ବର୍ଗତ ମନ୍ତ୍ରୀଙ୍କ ର ଅମର ଆତ୍ମା ସଦଗତି କାମନା କରିଥିଲେ । ସଭାକୁ ପରିଚାଳନା କରିଥିଲେ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ