ମୋହନା ବ୍ଲକ ରେ ବିଭିନ୍ନ ସ୍ଥାନରେ ହୋଲି ପର୍ବ ଅନାଥ ଶିଶୁ ଙ୍କ ଶହ ହୋଲି ଖେଳିଲେ ବିପଦର ବନ୍ଧୁ ପରିବାର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ରଙ୍ଗ ର ପର୍ବ ହୋଲି ପର୍ବ ପାଳନ ହୋଇଛି ମୋହନା ରେ ରାଧା କୃଷ୍ଣ ଙ୍କୁ ନଗର ପରିକ୍ରମା କରି ହୋଲି ପାଳନ କରିଥଲେ ଶଧାଳୁ ସେଇ ପରି ପାଣିଗଣ୍ଡା ରେ ଦଳପୂର୍ଣ୍ଣମୀରେ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଅଡବା ଠାରେ ମଧିୟ ଧୁମ୍ ଧାମରେ ପାଳନ ହେଲା ହୋଲି ଓ ରାମାୟଣ ନାଟକ ଶାନ୍ତି ଶୃଙ୍ଖଳା ରେ ପାଳନ ହୋଇଛି ଅଞ୍ଚଳ ରେ ହୋଲି ସେଇ ପରି ବିପଦର ବନ୍ଧୁ ଓଡିଶା ର ଗଜପତି ଶାଖାର ସଦସ୍ୟ ମାନେ ଜରଉ ଗ୍ରାମ ରେ ଥିବା ଡେଷ୍ଟ ହୋମ ରେ ପହଞ୍ଚି ଅନାଥ ଶିଶୁ ଙ୍କୁ ଅବିର ଲଗାଇବା ସହ ମିଷ୍ଠାନ ବଣ୍ଟନ କରିଥିଲେ। ଏଥି ସହ ୫୦ ରୁ ଉର୍ଦ୍ଧ୍ବ ପିଲାଙ୍କ ସହ ଭୋଜିଭାତ କରି ହୋଲିକୁ ପୁରା ଧୂମଧାମରେ ପାଳନ କରିଥିଲେ। ପାର୍ବଣର ପ୍ରକୃତ ଉଦ୍ଧେଶ୍ୟକୁ ହୃଦୟଙ୍ଗମ କରି ହୋଲିକୁ ନିଆରା ଢଙ୍ଗରେ ପାଳିବାର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶଂସା ପ୍ରାପ୍ତ । ଉକ୍ତ କାର୍ଯ୍ୟକ୍ରମକୁ ସଦସ୍ୟ ଜଗନ୍ନାଥ ଦାଶ , ଜିତେନ୍ଦ୍ର କୁମାର ଗୌଡ଼ ,ସନ୍ତୋଷ କୁମାର ନାୟକ , ରାଜେନ୍ଦ୍ର ଦଳେଇ , ସୁନିଲ କୁମାର ପାଢ଼ୀ ସାମ୍ୱାଦିକ ଅଂଶୁମାନ ପଣ୍ଡା ଜୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ