ମୋହନା ବ୍ଳକରେ ଖୋଲିଲା ୪୩ଟି ସ୍କୁଲ

କୋଭିଡ କଟକଣାକୁ ମାନି ଲେନି ମୋହନା ହାଇସ୍କୁଲ
ମୋହନା,(ଅଂଶୁମାନ ପଣ୍ଡା):  ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଗଣଶିକ୍ଷାମନ୍ତ୍ରୀଙ୍କ ଚିଠି ଅନୁସାରେ ବିଦ୍ୟାଳୟ ଖୋଲିବାର ୩ ଦିନ ପୂର୍ବରୁ ବିଦ୍ୟାଳୟକୁ ସଫା ସୁତରା କରିବା ସହ ସାନିଟାଇଜର କରି ଟେବୁଲ ଚେରି ଏବଂ କ୍ଳାସ ରୁମ ମଧ୍ୟ ସଫା ରଖିବାକୁ ନିର୍ଦ୍ଧେଶ ରହିଥିଲା । ଏହା ସହ ବିଦ୍ୟାଳୟ ପ୍ରବେଶ ଦ୍ୱାରରେ ହାତ ଧୋଇବା ପାଇଁ ସାବୁନ, ପାଣି, ସାନିଟାଇଜର, ମାକ୍ସ ବ୍ୟବହାର କରିବା , ଡିଜିଟାଲ ଥର୍ମାମିଟର ଏସବୁ ରଖିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଥିଲା କିନ୍ତୁ ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୁଚିତ ଜାତି ଓ ଜନଜାତି) ଆଜି ବିଦ୍ୟାଳୟ ଖୋଲୁଥିବା ବେଳେ ସକାଳ ୧୦ଟା ୧୦ ମି. ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିନଥିବା ସହ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ନଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପରିଦର୍ଶନ କରିବାକୁ ଆସିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହଠାତ୍ ଆସି ବିଦ୍ୟାଳୟ ଖୋଲିଥିଲେ । ଏପରିକି ଶ୍ରୀ ରଥ ପରିଦର୍ଶନ କରିବା ସମୟରେ ବିଦ୍ୟାଳୟ ସଫା ସୁତରା ହୋଇନଥିବା ସହ ଟେବୁଲ ଚେୟାର ମଧ୍ୟ ସଫା ହୋଇନଥିଲା । ପିଲାମାନେ ସିଧା ସଳଖ ନିଜ କ୍ଳାସ ରୁମକୁ ଯାଇ ବସିଯାଇଥିଲେ । ସାନିଟାଇଜର୍‌, ସାବୁନ ପାଣି ମଧ୍ୟ ବିଦ୍ୟାଳୟ ପରିସରରେ ରଖାଯାଇନଥିଲା । ଏହି ବିଷୟରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଶ୍ରୀ ରଥ ପଚାରିଥିଲେ କାହିଁକି ସଫା ସୁତରା ହୋଇନାହିଁ, କୋଭିଡ ନିୟମ କାହିଁକି ମାନି ନାହାନ୍ତି ଶ୍ରୀ ନାୟକ କହିଛନ୍ତି ଆଗରୁ ସଫା ହୋଇଥିଲା ତେଣୁ ଏବେ ଆଉ ସଫା କରାଯାଇନାହିଁ । ତିନି ତିନିଟି ପିଅନ ଥାଇ ମଧ୍ୟ ଦୁଇ ଜଣେ ପିଅନ ହିଁ ଉପସ୍ଥିତ ଥିଲେ ଅନ୍ୟଜଣେ ପିଅନ ନିଜ ମନମୁତାବକ ଭାବେ ଆସି ଚାଲି ଯାଆନ୍ତି । ଏହି ବିଷୟର ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ଯେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା, ଗୁଣ୍ଡିମା, ଗୋବିନ୍ଦପୁର, ଲୁହାଗୁୁଡି, ବିରିକୋଟ, ପାଣିଗଣ୍ଡା ଆଦି ବିଭିନ୍ନ ମୋହନା ବ୍ଳକର ୪୩ଟି ବିଦ୍ୟାଳୟର ୫୦ ଭାଗ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ଗୁଡିକରେ ସାମାଜିକ ଦୂରତା, ସାନିଟାଇଜର ସହ କୋଭିଡ ନିୟମକୁ ମାନି ଶିକ୍ଷକ ଶିକ୍ଷୟତ୍ରୀମାନେ ପାଠପଢା ଆରମ୍ଭ କରିଥିଲେ । ବ୍ଳକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଯୁଧିଷ୍ଟିର ବେହେରା, ବ୍ଳକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ