ମୋହନା ବ୍ଳକ କୋଠା ପାଲଟିଛି ମରଣ ଯନ୍ତା ଖତ ଖାଉଛି ଜେନେରେଟର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଓଡିଶାର ଦ୍ୱିତୀୟ ବୃହତମ ବ୍ଲକ ଯାହାକି ୩୯ଟି ପଚାଂୟତକୁ ନେଇ ଗଠିତ ହୋଇଛି ଆଦିବାସୀ ବହୁଳ ଅଚଂଳର ମୋହନା ବ୍ଳକ ଏଠିକାର ଚତୁପାଶ୍ୱର୍ରେ ଘଂଚ ଜଙ୍ଗଲ, ପାଣି ପାହାଡରେ ଭରପୁର ରହିଅଛି ଏହି ବ୍ଳକ । ଆଦିବାସୀ ବହଳ ଅଚଂଳ ହୋଇଥିବାରୁ ଏଥି ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଯୋଜନା ମାଧ୍ୟରେ ପାଣି ଭଳି ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଏହି ମୋହନା ବ୍ଳକରେ ସରକାରୀ ବାବୁମାନଙ୍କ କାର୍ଯ୍ୟଳୟ ଗୁଡିକ ଯେପରି ରହିଛି ଭୁତ କଠୋରୀ ଠାର ହିଁ ଆହୁରୀ ହୀନ । ପ୍ରତ୍ୟେକ ଦିନ ୩୯ଟି ପଚାଂୟତର ଶହ ଶହ ଲୋକ ଆସନ୍ତି ମୋହନା ବ୍ଳକକୁ ଏହି ବ୍ଳକରେ ନା ବିଶ୍ରାମ ନେବା ପାଇଁ ଭଲ କୋଠା ଖଣ୍ଡେ ଅଛି ନା ପିଇବା ପାଇଁ ପାଣି ଟୋପେ ଅଛି । ପ୍ରଶାସନ ଅଧିକାରୀ ମାନେ ଯେଉଁ ସ୍ଥାନରେ ବସୁଛନ୍ତି ସେହି କୋଠ ଗୁଡିକର କେଉଁଠି ତ ଝରକା ନାହିଁ ଆଉ କେଉଁଠି ବର୍ଷା ହେଲେ ଛାତରୁ ଗଳୁଛୀ ପାଣି । ଅନ୍ୟପଟେ ଛାତ ଉପରୁ ସିମେଂଟ ଝଡି ଲୋକଙ୍କ ଉପରେ ପଡୁଛି । ବର୍ଷା ପାଣି କାନ୍ଥରେ ଝରୁ ଥିବାରୁ ଅନେକ ଆବଶ୍ୟକ କାଗଜ ପତ୍ର ମଧ୍ୟ ନଷ୍ଟ ହେବାରେ ଲାଗିଛି । ବାହାର ପଟ ଦେଖିବ ତ କାନ୍ଥ ଗୁଡିକରେ ସିଉଳି ଧରି କାନ୍ଥ ଭୁଷୁଡିବାକୁ ଲାଗିଲାଣି ଏହି କଥା ଟି ୧୩.୦୩.୨୦୧୦ ରେ ମୋହନାର ଜୈନେକ ଠିକାଦାର ନିର୍ମାଣ କରିଥିଲେ ନିମ୍ନ ମାନର । ଏହାକୁ ଉଦଘାଟନ କରିଥିଲେ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଚକ୍ରଧର ପାଇକ, ବିଡିଓ ବିଷ୍ଣୁ ଚରଣ ରାଉତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ଦାଶ ଉପସ୍ଥିତରେ ଉଦଘାଟନ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟର କଥା ଗୋଟିଏ ବର୍ଷ ନପୁରୁଣୁ ଛାତରୁ ପାଣି ଝରିବା ସହ ଝରକା ଗୁଡିକ ଝଡି ପଡିଥିଲା । ଠିକାଦାରଙ୍କୁ ମରାମତି ପାଇଁ ଜଣାଇଥିଲେ ମଧ୍ୟ ଠିକାଦାର ଯନ୍ତ୍ରୀ ମାନଙ୍କୁ ନାଲି ଆଖି ଦେଖାଇ ଖବର କାଗଜରେ ପ୍ରସାରଣ କରିବା ପାଇଁ ଧମକ ଦେଉଥିଲେ । ଯାହାରି ଫଳରେ ଆଜକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ କୋଠା ଟିର ପନରୁଦ୍ଧାର ହୋଇ ପାରିନାହିଁ । ଅନ୍ୟପଟେ ନୂତନ କୋଠା ୫୦ ଲକ୍ଷର ନିର୍ମାଣ ପାଇଁ ଆସିଥିବା ବେଳେ ୨ ବର୍ଷ ବିତିବାକୁ ଲାଗିଲାଣି କାମ ସମ୍ପୁର୍ଣ୍ଣ ହୋଇ ପାରୁନି । ପୁରୁଣା କୋଠା ପାଶ୍ୱର୍ରେ ରହିଥିବା ଜେନେରେଟର ମଧ୍ୟ ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ତାହା ଉପରେ ଗଛପତ୍ର ଢାଙ୍କି ହୋଇ ଜଙ୍ଗ ଖାଇଲାଣୀ । ଏଥି ପ୍ରତି କୌଣସି ଜିଲ୍ଲା ପ୍ରଶାସନ କିମ୍ବା ବ୍ଳକ ପ୍ରଶାସନର ନଜରକୁ ଜମାରୁ ଆସୁନାହିଁ । କେଜାଣେ କେବେ ଅଘଟଣ ଘଟିଲେ ଜିଲ୍ଲା ପ୍ରଶାସନର ଚେତା ଫେରିବ ବଲି ଅଂଚଳବାସୀ କହିଛନ୍ତି ।


