ମୋହନା ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ମୋହନା ବିଜେପି ପକ୍ଷରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସେହିପରି ମୋହନା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବ୍ଲକ ଓ ପଞ୍ଚାୟତସ୍ତରରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ପ୍ରତ୍ୟେକ ଗ୍ରାମରେ ମଣ୍ଡଳ ବୈଠକ କରି ଲୋକଙ୍କ ମୌଳିକ ସୁବିଧା ବୁଝି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଏନେଇ ବୈଠକରେ ଆଲୋଚନା କରାଯାଇଛି । ଆଗାମୀ ଦିନରେ ଦଳ ପ୍ରତେକ ଗାଁ ଗହଳିରେ ବୁଲି କେନ୍ଦ୍ର ଯୋଜନାକୁ ନେଇ ସଚେତନତା ବାର୍ତ୍ତା ପହଞ୍ଚାଇବ ବୋଲି ଦଳ ନିଷ୍ପତି ନେଇଛି। ଏହି କାର୍ଯ୍ୟକ୍ରମରେ ବାପୁନି ସୁଆର, ପ୍ରଭାତ ପାତ୍ର, ସୁଧୀର ପାଇକ, ପ୍ରଶାନ୍ତ ମଲିକ,ମନୋଜ ସାହୁ, ସଞ୍ଜୟ ବେହର ଦଳାଇ,ବ୍ରହ୍ମା ଶଙ୍କର ସାହୁ,କାମଦେବ ବଡ଼ନାୟକ, ସତ୍ୟ ଦଣ୍ଡସେନା, ଅଜୟ ପାଇକ,ରମାକାନ୍ତ ରଣାହୁଣ୍ଡଳା,ପପୁ ସାମଲ ,ଅନିତାରାଣୀ ବେହେରା, ଶଙ୍କର ବେହେରା ଓ ବହୁ ପୁର୍ବତନ କର୍ମୀ ଓ ରାଜନେତା ଉପସ୍ଥିତ ରହିଥିଲେ ।ଏହି ଅବସରରେ ଶ୍ରୀକାମଦେବ ବଡ଼ ନାୟକ କହିଛନ୍ତି ଦଳରେ କୌଣସି ବ୍ଯକ୍ତିଙ୍କୁ ଅଣଦେଖା କରାଯାଇନି କିନ୍ତୁ କିଛି କର୍ମୀ ଦଳକୁ ବଦନାମ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ତଥାପି ସେମାନଙ୍କୁ ମଧ୍ୟ ଦଳ ପକ୍ଷରୁ ସ୍ଵାଗତ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ