ମୋହନା ରେ ଦୁଇ ବର୍ଷ ପରେ ପାଳନ ହେଲା ଚୈଇତ ଯାତ୍ରା

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ରେ ବିଭିନ୍ନ ପୂଜା ପର୍ଵ ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବନ୍ଦ ରହିଥିଲା ବର୍ତ୍ତମାନ ସରକାର ଏହି ନୟମ କୁ କୋହଳ କରିବା ପରେ ବିଭିନ ଜାନୀ ଯାତ୍ରା ପର୍ଵ ପାଳନ ହେଉଥିବା ଦେଖିବାକୁ ମିଳୁଛି I ସେଇ ପରି ମୋହନା ଗ୍ରାମ ରେ ଚୈତ୍ରମାସ ର ତିନି ମଙ୍ଗଳବାର ଗ୍ରାମ ବାସୀ୪ଦିଗରେ ଥିବା ଦେବୀ ମନ୍ଦିର ରେ ପଣା ଦେଇ ଥାନ୍ତି I ଶେଷ ମଙ୍ଗଳବାର ଦିନ ଆଗ ଦିନ ମା ଙ୍କ ପୂଜକ ପୂର୍ଣ୍ଣ ପୁଜା ଅର୍ଚ୍ଚନା କରିବା ପରେ ଗ୍ରାମ ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ଘର ସମୁଖ ରେ ବାଦ୍ୟ ବଜାଇ ମା ବିରାଜମାନ କରି ଯାତ୍ରା ପାଇଁ ଅନୁମତି ଦେବା ପରେ ମଙ୍ଗଳବାର ଦିନ ଯାତ୍ରା ଅନୁଷ୍ଠିତ ହୋଇଥିଲା ପ୍ରଥମେ ଗ୍ରାମ ଦେବତୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ ଦୁଇ ଜାନୀ ପୂର୍ଣ୍ଣ ଓ ଅନାମ  ପରେ ମା ବିରାଜମାନ କରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ I ଗ୍ରାମରେ ରଥ ପରିକ୍ରମା କରି ଠାକୁରାଣୀଙ୍କ ନିକଟରେ ନେଇ ଛାଡି ଗ୍ରାମ ର ମଙ୍ଗଳ ପାଇଁ ପ୍ରଥାନ କରିଥିଲେ ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ଜମିଥିଲା ଏହି ପର୍ବ କୁ ଅଶୋକ ବେହେରା, ପ୍ରତାପ ଚନ୍ଦ୍ର ପାତ୍ର, ଆଦିକନ୍ଧ ଦଳାଇ, ବୁଡୁ ପାତ୍ର, ବୁଡୁ ଘଡାଇ,ଜିତୁ ବେହେରା, ବିଜୟ ପାତ୍ର ଓ ଯୁବକ ସଂଘ ର କରିମୀ ମାନେ ସହଜଗ କରିଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ