‘ମୋ ଗାଁରେ ତହସିଲ ‘ ଓ ‘ମୋ ନିବେଦନ ‘ କାର୍ଯ୍ୟକ୍ରମ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା  ପଞ୍ଚାୟତ ସମିତି ଏବଂ ରାଜସ୍ଵ ବିଭାଗର ମିଳିତ ଉଦ୍ୟମରେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ଵ ସର୍କଲର ଗାଙ୍ଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ‘ମୋ ଗାଁରେ ତହସିଲ ‘ ଓ ‘ମୋ ନିବେଦନ ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କର ୫ ଟି ଯୋଜନା ଉପରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମଟି ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ସୁପରଭାଇଜର୍ ସିମାଞ୍ଚଳ ମଲ୍ଲିକ, ଗାଙ୍ଗପୁର ରାଜସ୍ଵ ନିରୀକ୍ଷକ କେ. ଭେଙ୍କଟ ରାଓ, ଅତିରିକ୍ତ ରାଜସ୍ଵ ନିରୀକ୍ଷକ ଆରତି ବେହେରା, ଅମୀନ କୈଳାସ ଚନ୍ଦ୍ର ସେଠି, ଗୋବରା ରାଜସ୍ଵ ନିରୀକ୍ଷକ ବିଜୟ ମହାରଣା, ପାଇଲିପଡ଼ା ରାଜସ୍ଵ ଅଧିକାରୀ ବାବୁରାମ୍ ନାୟକ ଏବଂ ବଙ୍କା ରାଜସ୍ଵ ନିରୀକ୍ଷକ ଖଦାଳ ସେଠୀ ଯୋଗଦେଇ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ବର୍ଣ୍ଣନା କରିଥିଲେ କ୍ଷ କାର୍ଯ୍ୟକ୍ରମ ରେ ରାଜସ୍ଵ ବିଭାଗ ଅଧୀନସ୍ଥ ମୋଟ ୧୦୭ ଗୋଟି ଆବେଦନର ଶୁଣାଣି କରି ଲୋକମାନଙ୍କୁ ବିଭିନ୍ନ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନାଏବ ସରପଞ୍ଚ ପ୍ରତିନିଧି ବଳରାମ ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ