ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମ ପଞ୍ଚାୟତ ପରିସରରେ ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି କାର୍ଯଁକ୍ରମ କୁ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେଶ କୁମାର ମିଞ୍ଜ,ତହସିଲଦାର ସଂଗ୍ରାମ କେଶରୀ ଜେନା,ବିଡ଼ିଓ ତନ୍ମୟ କୁମାର ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ରେବତୀମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ତକରଡ଼ା, ବି.କରଡ଼ାବାଡ଼ି,ଭଗବାନପୁର,କରଚୁଲି ଓ କରସିଙ୍ଗ ୫ଟି ପଂଚାୟତର ୧୪୯ ଜଣ ବ୍ୟକ୍ତି ଏଥିରେ ନାମ ପଞ୍ଜୀକୃତ କରିଥିଲେ। ୧୩ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୧୦ ଟି ଘରବାରି,୫ ଟି ଗ୍ରାମକଣ୍ଟକ,୪୩ ଟି ବସୁନ୍ଧରା ଓ ଅନ୍ୟାନ୍ୟ କେତେକ ବିଷୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ସରପଞ୍ଚ,ସମତି ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ। ।