ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ : ୨୨୭ ହିତାଧିକାରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ବଂଟନ

ହିଂଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଟିର ଆଭିମୁଖ୍ୟ କାର୍ଯ୍ୟକାରିତାର ସଫଳ ରୂପାୟନ ପାଇଁ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟପରିଚାଳନା ବିଭାଗ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ବ୍ଳକ ସିକିରି ଗ୍ରାମ ରାଜୀବ ଗାନ୍ଧୀ ଭାରତ ନିର୍ମାଣ ସେବା କେନ୍ଦ୍ର ପରିସରରେ ତହସିଲଦାର ଗୋପିନାଥ କୁଅଁରଙ୍କ ଅଧଁକ୍ଷତାରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସିକିରି ସରଂପଚ ପ୍ରତିମା ବେହେରା ଓ ସମିତିସଭ୍ୟା ରଶ୍ମିତା ବେହେରା ଯୋଗ ଦେଇଥିଲେ । ଜମିଜମା ସମନ୍ଧୀୟ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ ସକାଶେ ତହସିଲ କିମ୍ବା ସଦରମହକୁମା କାର୍ଯ୍ୟାଳୟକୁ ଆଉ ଯିବାକୁ ପଡ଼ିବ ନାହିଁ, ସକାଶେ ପ୍ରତି ମାସର ୨୯ ତାରିଖରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ମାଧ୍ୟମରେ ଏଣିକି ହାତ ପାହାନ୍ତାରେ ଜନସାଧାରଣଙ୍କୁ ସୁବିଧା ସୁଯୋଗ ପ୍ରଦାନ ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ ତତ୍କ୍ଷଣାତ ସମାଧାନକୁ ଲୋକଙ୍କୁ ନିକଟତର କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୨୨୭ ଟି କେଶ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୧୮ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା, ୫ ଜଣ ହିତାଧିକାରୀଙ୍କୁ ଇ- ପାଉତି, ୪ ଜଣ ହିତାଧିକାରୀଙ୍କୁ ଘରବାରି ପଟ୍ଟା, ୩ ଜଣ ହିତାଧିକାରୀଙ୍କୁ ଭାଗ ବଂଟନ, ୬ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠକ ପଟ୍ଟା ପ୍ରଦାନ, ୨ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ, ୨୫ ଜଣ ହିତାଧିକାରୀଙ୍କୁ ଦାଖଲ ଖାରଜ ଓ ୯୨ ଜଣ ହିତାଧିକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସୁନିଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ ଦିବାଧର ପୂଜାରୀ, ରେକର୍ଡ଼ କିପର ଡ଼ି. ଗୋପାଳ ରେଡ୍ଡି, ଅଶୋକ ପଣ୍ଡା, ଶିବଶଙ୍କର ରାଓ, ପିଇଓ ଶିବରାମ ରଣା, ସୁପରଭାଇଜର ପୁରୁଷୋତମ ରେଡ୍ଡି, ରାଜସ୍ୱ ନିରିକ୍ଷକ ସୁନିତା ପାତ୍ର, ମଧୁଲିକା ପାତ୍ର, ସୁଜ୍ଞାନି େହେରା, ଗାୟତ୍ରୀ ଦେବୀ, ମଂଜୁଲତା ବେହେରା, ତାରା ପ୍ରସାଦ ମିଶ୍ର, ସୁନିଲ ମହାରଣା, ରାମଚନ୍ଦ୍ର ମହାନ୍ତି, ସପ୍ନେଶ୍ୱର ପାଳ, ବିନୟ ଶବର, ସଂଜୟ ସାହୁ, ସଂଜୟ ଦାସ, ଅମିନ ଗୌତମ ରାଉତ, ନିରଂଜନ ସାହୁ, ନିଳମଣି ମହାନ୍ତି, ସଙ୍ଗିତା କୁମାରୀ, ସୁଲତା ବେହେରାଙ୍କ ସମେତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ