ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆସନ୍ତା ୨୯ରେ ଆରମ୍ଭହେବ-ଜିଲ୍ଲପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଗଂଜାମ  ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ  ଖବରଦାତା ସମ୍ମିଳନୀରେ  ଜିଲ୍ଲାପାଳ କହିଥିଲେ ଯେ ଆସନ୍ତ ୨୯ତାରିଖ ଠାରୁ  ଜିଲ୍ଲାରେ ରାଜସ୍ୱ ବିଭାଗ ପକ୍ଷରୁ ମୋ  ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ  ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ତହସିଲଦାରଙ୍କ ଉପସ୍ଥିତିରେ ରାଜସ୍ୱ ମାମଲାର ଶୁଣାଣୀ ଓ ଗ୍ରାମକଣ୍ଠକ , ଘରବାରୀ ପଟ୍ଟା , ମ୍ୟୁଟେସନ ସମେତ ରାଜସ୍ୱ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ କ୍ୟାମ୍ପ ମାଧ୍ୟମରେ କାର୍ଯ୍ୟକ୍ଷମ କରାଯିବ ।ଜନସାଧାରଣଙ୍କୁ ଇ-ପାଉତି ସଂପର୍କରେ ପ୍ରଶିକ୍ଷଣ ଦିଆଯିବ  । ସେଠାରେ ଜନସେବା କେନ୍ଦ୍ରର ଷ୍ଟଲ ଖୋଲାଯାଇ ଜାତୀ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ ବିଭିନ୍ନ ସାଟିଫିକେଟ ଦିଆଯିବା ସହ ଆବନେଦନ ପତ୍ର ମଧ୍ୟ ଗ୍ରହଣ କରାଯିବ । ସାପ କାମୁଡା, ପାଣିରେ ବୁଡି ମୃତ୍ୟୁବରଣ କରିଥିବା  ପରିବାରର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ମଧ୍ୟ ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୩ଟି ଆରଆଇ ସର୍କିଲରେ ଏହି କାର୍ଯ୍ୟକ୍ରମ  ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରାଯିବ । ଏହାଦ୍ୱାରା ଜନସାଧାରଣ ସହଜ  ଓ ସୁବିଧାରେ ନିଜ ଗ୍ରାମରେ ପଟ୍ଟା, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ ମ୍ୟୁଟେସନ ମାମଲାର ସୁବିଧା ପାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ।ପ୍ରକାଶ ଥାଉକି ଯେ ଗଂଜାମ ଜିଲ୍ଲାପାଳ ପୂର୍ବରୁ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ନିମନ୍ତେ କେତେଗୁଡିଏ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେଥିରୁ ମୋ ନିବେଦନ ଏବଂ ନିଜେ ଘରେ ରହି ଯେ କୈାଣସି  ଅଭିଯୋଗ ଏକ ଟୋଲଫି ନଂରେ ମେସଜ ଓ ୱାଟସପ ମାଧ୍ୟମରେ ଆବେଦନ କରୁଛନ୍ତି । ଆସନ୍ତା ୨୯ତାରିଖ ଆଉ ଏକ  କାର୍ଯ୍ୟକ୍ରମ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଜିଲ୍ଲାପାଳ ଗଂଜାମ ଜିଲ୍ଲାରେ ସ୍ୱତନ୍ତ୍ରଭାବେ ଆରମ୍ଭ କରିବାକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ