ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର: ରାଜସ୍ୱ ବିଭାଗରେ ଯେଉଁସବୁ ସୁବିଧା ଦିଆଯାଉଛି ସେଗୁଡିକ ପାଇଁ ଗାଁର କୃଷକ ହେଉ କି ବରିଷ୍ଠ ନାଗରୀକ ସଭିଏଁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡିବାକୁ ପଡୁଥିଲା । ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଯୋଗୁଁ ଆଉ ତହସିଲ ଅଫିସକୁ ଦୈାଡିବାକୁ ପଡିବ ନାହିଁ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ମାସରେ ପୂରା ତହସିଲ କାର୍ଯ୍ୟାଳୟ ଆପଣଙ୍କ ଗ୍ରାମକୁ ଆସିବ । ସେହି ସମୟରେ ରାଜସ୍ୱ ବିଭାଗ ସମସ୍ତ କାର୍ଯ୍ୟକ୍ରମ ଜନ ସାଧାରଣ ଫାଇଦା ନେବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲାରେ ଆରମ୍ଭ ହୋଇଛି । ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ୍‌ଦଲାଲୀ ଯୁଗ ଶେଷ ହେବ ବୋଲି କୁହାଯାଇଛି ।
ଏହିପରିପ୍ରେକ୍ଷୀ ଗୁରୁବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ହାଇସ୍କୁଲ ଠାରେ ତୃତୀୟପର୍ଯ୍ୟାୟରେ ଛତ୍ରପୁର ତହସିଲ ପକ୍ଷରୁ ତହସିଲଦାର ନୀଳମାଧବ ଭୋଇଙ୍କ ତତ୍ୱାବଧାନାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରପୁର ଓ ଭିକାରୀପଲ୍ଲୀ ଆରଆଇ ସର୍କିଲ ଅଧିନସ୍ଥ ସମସ୍ତ ହିତାଧୀକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ମ୍ୟୁଉଟେସନ କେସ୍‌, ବସୁନ୍ଧରା ଯୋଜନା, ଗ୍ରାମକଣ୍ଠକ ପଟ୍ଟା , ବିଭାଜନ ଜମିଜମା ମାମଲା , ଘରବାରୀ ପଟ୍ଟା , ଇ-ପାଉତି ସମେତ ବିଭିନ୍ନ ପ୍ରକାର ଅଭିଯୋଗର ସମାଧାନ କରାଯିବା ସହ ରାଜସ୍ୱ ବିଭାଗ ବିଭିନ୍ନ ମାମଲା ଗୁଡିକ ସମାଧାନ କରାଯାଇଥିଲ। । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ବିଶ୍ୱରଂଜନ କହଁର, ସମସ୍ତ ଆରଆଇ, ରଜସ୍ୱ ବିଭାଗର ସମସ୍ତ କର୍ମଚାରୀ ଏବଂ ବହୁ ଜନପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ