ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ
ହିଂଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଟିର ଆଭିମୁଖ୍ୟ କାର୍ଯ୍ୟକାରିତାର ସଫଳ ରୂପାୟନ ପାଇଁ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ବ୍ଳକ ବେଲଗାଁ ଗ୍ରାମ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ତହସିଲଦାର ଗୋପିନାଥ କୁଅଁରଙ୍କ ଅଧଁକ୍ଷତାରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଲଗାଁ ସରଂପଚ ତ୍ରିନାଥ ପାଣିଗ୍ରାହୀ ଓ ଧୋବାଡ଼ି ସରଂପଚ ନନ୍ଦ କିଶୋର ପ୍ରଧାନ ଉପସ୍ଥିତ ଥିଲେ । ଜମିଜମା ସମନ୍ଧୀୟ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ ସକାଶେ ତହସିଲ କିମ୍ବା ସଦରମହକୁମା କାର୍ଯ୍ୟାଳୟକୁ ଆଉ ଯିବାକୁ ପଡ଼ିବ ନାହିଁ, ଏଥି ସକାଶେ ପ୍ରତି ମାସରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ମାଧ୍ୟମରେ ଏଣିକି ହାତ ପାହାନ୍ତାରେ ଜନସାଧାରଣଙ୍କୁ ସୁବିଧା ସୁଯୋଗ ପ୍ରଦାନ ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ତତ୍କ୍ଷଣାତ ସମାଧାନକୁ ଲୋକଙ୍କୁ ନିକଟତର କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ତହସିଲଦାର କୁଅଁର କହିଥିଲେ । ବେଲଗାଁ ଓ ଧୋବାଡ଼ି ଗ୍ରାମ ପଂଚାୟତ ଅଧିନସ୍ଥ ୪ ଟି ରାଜସ୍ୱ ଗ୍ରାମକୁ ନେଇ ଗୁରୁବାର ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୧୪୨ ଟି କେଶ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ୮୬ ଜଣ ଆବେଦନକାରୀଙ୍କୁ ଜମିପଟ୍ଟା, ୬ ଜଣ ଆବେଦନକାରୀଙ୍କୁ ଗ୍ରାମକଣ୍ଠକ ପଟ୍ଟା ପ୍ରଦାନ, ୩ ଆବେଦନକାରୀଙ୍କୁ ଗ୍ରାମକଣ୍ଠକ ପଟ୍ଟା ପ୍ରଦାନର ଶୁଣାଣୀ କରାଯିବା ସହ ୩୩ ଜଣ ଆବେଦନକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସୁନିଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ ଦିବାଧର ପୂଜାରୀ, ରେକର୍ଡ଼ କିପର ଡ଼ି. ଗୋପାଳ ରେଡ୍ଡି, ଅଶୋକ ପଣ୍ଡା, ଶିବଶଙ୍କର ରାଓ, ପିଇଓ ପ୍ରତାପ କୁମାର ସାହୁ , ସୁପରଭାଇଜର ପୁରୁଷୋତମ ରେଡ୍ଡି, ରାଜସ୍ୱ ନିରିକ୍ଷକ ସୁନିତା ପାତ୍ର, ମଧୁଲିକା ପାତ୍ର, ସୁଜ୍ଞାନି ବେହେରା, ଗାୟତ୍ରୀ ଦେବୀ, ମଂଜୁଲତା ବେହେରା, ତାରା ପ୍ରସାଦ ମିଶ୍ର, ସୁନିଲ ମହାରଣା, ରାମଚନ୍ଦ୍ର ମହାନ୍ତି, ସପ୍ନେଶ୍ୱର ପାଳ, ବିନୟ ଶବର, ସଂଜୟ ସାହୁ, ସଂଜୟ ଦାସ, ଅମିନ ଗୌତମ ରାଉତ, ନିରଂଜନ ସାହୁ, ନିଳମଣି ମହାନ୍ତି, ସଙ୍ଗିତା କୁମାରୀ, ସୁଲତା ବେହେରାଙ୍କ ସମେତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।