ମୋ ଗେଲ୍ହା ଝିଅ,ଶିଶୁ ଦିବସ ଓ ଜୋତାବଣ୍ଟନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବାଳିକା ଓ ମହିଳା ନୀତି ୨୦୧୪ ଅନୁସାରେ ବାଳିକା ମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା,ଶିଶୁ କନ୍ୟା ଜନ୍ମ ଦେବା,ବଞ୍ଚି ରହିବା ଓ ସେମାନଙ୍କ ବିକାଶରେ ଉତ୍ତମ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ସର୍ବୋପରି ନାବାଳିକା କନ୍ୟା ମାନଙ୍କ ବାଲ୍ୟ ବିବାହ, ସ୍ୱଳ୍ପ ଶିକ୍ଷା, ଧର୍ମ ଓ ଲିଙ୍ଗଗତ ବୈଷମ୍ୟ ଠାରୁ ଉର୍ଦ୍ଧ୍ବରେ ରହି ସେମାନଙ୍କ ସମସ୍ୟାର ସମାଧାନ କରି ସର୍ବୋତ୍ତମ ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଜୁ କନ୍ୟାରତ୍ନ ଯୋଜନାରେ କନ୍ୟାରତ୍ନ ବିକଶିତ ହେଲେ ଦେଶ ବିକଶିତ ହେବ ବାର୍ତ୍ତା ଘରେ ଘରେ ପ୍ରସାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ମର୍ମରେ ଶନିବାର ସ୍ଥାନୀୟ ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ପୋୖରାଞ୍ଚଳ ସମେତ ପଞ୍ଚାୟତ ସ୍ତରରେ ମୋ ଗେଲ୍ହା ଝିଅ,ଶିଶୁ ଦିବସ ଓ ବୁଟ ଓ ମୋଜା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ:ମନୋରଞ୍ଜନ ସାହୁ ପ୍ରମୂଖ ଅଧିକାରୀ ଯୋଗ ଦେଇଥିଲେ । ସମରଝୋଳ,ପୋଚିଲିମ୍ମା, ଚାନ୍ଦୁଲି, ଡ଼ି ପାଟପୁର, ନନ୍ଦିକ, ରାଳବ,ଶିକିରି, ଦାରୁଭଦ୍ରା ଆଦି ପଞ୍ଚାୟତରେ ୧୨ ନବଜାତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହ ଅଧିକାରୀ ମାନେ ପୋଷାକ ଓ ବେବିକିଟ ପ୍ରଦାନ କରି ମା ଓ ଶିଶୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ସମୁଦାୟ ୫୮୩୯ ଜଣ ପ୍ରାକ ଶିକ୍ଷାର୍ଥୀଙ୍କୁ ହଳେ ଲେଖାଏଁ ବୁଟ ଓ ମୋଜା ବଣ୍ଟନ କରାଯିବା ସହ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁ ଦିବସଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା, ପ୍ରତିମା ବେହେରା, ଭି ରବୀନ୍ଦ୍ର, କେ ଦୁର୍ଗା ପ୍ରସାଦ ରାଓ, ଏ ସୀତା ଲକ୍ଷ୍ମଣ ଗୌଡ଼, ସୁପରଭାଇଜର ବନଜା ବେହେରା ଙ୍କ ସମେତ ସମସ୍ତ ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ