ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ
ଗଞ୍ଜମ, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ଓ ରାଜପୁର ପଂଚାୟତରେ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ‘ଜି.ସନ୍ତୋଷରେଡି ଯୋଗଦେଇ ଝିଅଜନ୍ମ କରିଥିବା ଝାଡ଼ାକୁଦା ଗ୍ରାମର ମାଆ ଜି.ଜୟନ୍ତୀ ରେଡ଼ି, ଜି.ସୁମିତ୍ରା ରେଡି, ଓ ସାନକାଇଞ୍ଚପୁର ଗ୍ରାମର ମାଆ ବାସନ୍ତୀ ନାୟକ ଙ୍କୁ ସଂମ୍ମମାନିତ କରିଥିଲେ ।ଏଥିରେ ଏ. ଏନ.ଏମ ଦିଦି ଶାନ୍ତି ଲତା ପାଢ଼ୀ, ପ୍ରତିମା ବେହେରା, ଅଙ୍ଗନବାଡି ଦିଦି ସୁକାନ୍ତି ପ୍ରଧାନ, ବସନ୍ତି ରେଡି ଙ୍କ ସମେତ ମହିଳା ସଙ୍ଘ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜପୁର ଠାରେ ଅନୁଷ୍ଠିତ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ରେ ସରପଞ୍ଚ ସନ୍ତୋଷ କୁମାର ସେଠି ଯୋଗ ଦେଇ ଝିଅ ଜନ୍ମ କରିଥିବା ମାଆ ରୋଜିରାଉଲ, ଓ ଝିଲିଗୌଡ଼ କୁ ସଂମ୍ମାନୀତ କରିଥିଲେ । ଏଥିରେ ଏ. ଏନ.ଏମ ଦିଦି ଟୁନି ଦାସ , ଅଙ୍ଗନବାଡି ଦିଦି ଝିଲି ପଣ୍ଡା, ନମିତା ମୁଦୁଲି, ସୁନିତା ଗୌଡ଼, ଲତାସ୍ୱାଇଁ , ଏମ.ବି.କେ ସଂଯୁକ୍ତା ଗୌଡ଼ ଙ୍କ ସମେତ ସମସ୍ତ ମହିଳା ସଙ୍ଘ ସଦସ୍ୟ ଯୋଗ ଦେଇଥିଲେ । ଉଭୟ କାର୍ଯ୍ୟକ୍ରମ ରେ କେକ କଟଯିବା ସହ ମିଠା ବଣ୍ଟନ କରାଯାଇଥିଲା ।