ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌):ଗଂଜାମ ଏନ.ଏ. ସି , ଅନ୍ତର୍ଗତ କେଉଟ ସାହି ୟୁପି ସ୍କୁଲ ପରିସରର ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ର୍କ୍ୟାକ୍ରମରେ ଗଂଜାମ ତହସିଲଦାର ଅବନି କୁମାର ସାହୁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଝିଅ ଜନ୍ମ କରିଥିବା ଓଡିଆ ଢାମଣା ସାହିର ସୁମିତ୍ରା ରେଡି, ମଧ୍ୟଖଣ୍ଡ ସାହି ର ସୁମିତ୍ରା ବେହେରା, ଦାମୋଦର ପୁର ଗ୍ରାମର ଯମୁନା ବେହେରା ପ୍ରମୁଖ ମା ମାନଙ୍କୁ ସଂମ୍ମାନିତ କରିଥିଲେ ।ଝିଅ ମାନଙ୍କୁ ବନ୍ଧାପଣା କରବା ସହ ମିଠା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଗୋପାଳ ବେହେରା, ମହିଳା ସ୍ୱାସ୍ଥ୍ୟ କର୍ମୀ ବୀଣାପାଣୀ ନରେନ୍ଦ୍ର, ଆର.ୱ.ଏସ.ଏସ କନିଷ୍ଠ ଯନ୍ତ୍ର, ଅଙ୍ଗନବାଡି କର୍ମୀ ମିନାକ୍ଷୀ ବେହେରା, ମମତା ଦାଶ, କବିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ