ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସିର ୱାର୍ଡନଂ ୬ଓ୭ କାରିଣୀ ସାହି କେନ୍ଦ୍ରରେ ଓଜନ ଉତ୍ସବ ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ସ୍ଥାନୀୟ କାଉନସିଲର ମମତା ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ଅଙ୍ଗନବାଡି କର୍ମୀ ସଂଗୀତା ମହାପାତ୍ର , ସିରିଲ ଫିଦୋଶ , ଜି .ସନ୍ତୋଷୀ , ଆଶାକର୍ମୀ ମଧୁସ୍ମିତା ପାତ୍ରଙ୍କ ସମେତ ୬ବର୍ଷ ପିଲମାନଙ୍କ ସହିତ ଶିଶୁମାନଙ୍କର ମାଆ ମାନେ ଉପସ୍ଥିତ ଥିଲେ ।


